Latest Odisha News

ଲିଫ୍ଟ ମଧ୍ୟରେ ଫସିଗଲେ କଣ କରିବା ଉଚିତ, ଜାଣନ୍ତୁ

ଭୁବନେଶ୍ୱର: ଉଚ୍ଚ ମହଲାରେ ରହୁଥିବା ଅଧିକାଂଶ ବ୍ୟକ୍ତି ସିଡିରେ ନଯାଇ ଲିଫ୍ଟର ବ୍ୟବହାର କରୁଛନ୍ତି ।

ଯଦି ଆପଣ କୌଣସି ଛୋଟ ପିଲାଙ୍କୁ ନେଇ ଲିଫ୍ଟରେ ଯାଇଛନ୍ତି କିମ୍ବା ଆପଣଙ୍କ ପିଲାଙ୍କୁ ଏକାକୀ ଲିଫ୍ଟରେ ଛାଡୁଛନ୍ତି ତେବେ ଏସମୟରେ ଆପଣଙ୍କୁ ବିଶେଷ ଭାବେ ସତର୍କ ରହିବା ଉଚିତ୍।

ତେବେ ଆପଣ ଲିଫ୍ଟରେ ଥିବା ସମୟରେ ଯଦି ଲିଫ୍ଟ ବନ୍ଦ ହୋଇଯାଏ ତେବେ କଣ କରିବେ ଜାଣନ୍ତୁ…

ଯଦି କୌଣସି କାରଣରୁ ଲିଫ୍ଟ ବନ୍ଦ ହୋଇଯାଏ ତେବେ ଏଥିରେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ବରଂ ୩୦ ସେକେଣ୍ଡ ଅପେକ୍ଷା କରନ୍ତୁ ।

କାରଣ ୩୦ ସେକେଣ୍ଡ ପରେ ଅଟୋମେଟିକ ରେସକ୍ୟୁ ଡିଭାଇସ କାମ କରିବା ଆରମ୍ଭ କରିଦେଇଥାଏ ।

ଏହି ଡିଭାଇସ ଜରିଆରେ ଲିଫ୍ଟ ଆପଣ ମାରିଥିବା ଫ୍ଲୋରରେ ପହଂଚିବା ଖଣି ଅଟୋମେଟିକ ଖୋଲି ଯାଇଥାଏ ।

ଆପାତକାଳୀନ ବଟନକୁ ବ୍ୟବହାର କରି ସୂଚନା ଦେଇପାରିବେ ।

କିଛି କିଛି ଲିଫ୍ଟରେ ଟେଲିଫୋନ ଲଗାଯାଇଥାଏ । ତେବେ ଏହି ଫୋନ ଜରିଆରେ ବି ଆପଣ ସହଯୋଗ ମାଗିପାରିବେ ।

ସେହିପରି ସାୟରନ ବଟନ ଜରିଆରେ ବି ଆପଣ ସୂଚନା ଦେଇପାରିବେ ।

ବାହାରେ ଥିବା ଲୋକେ ମଧ୍ୟ ଡି-ଲକିଂକୁ ବ୍ୟବହାର କରି ଲିଫ୍ଟ ଖୋଲିପାରିବେ ।

ଲିଫ୍ଟକୁ ରୋକିବା ପାଇଁ ଆପଣ ହାତ ଜାଗାରେ ସେଥିରେ ଥିବା ବଟନ ବ୍ୟବହାର କରିପାରିବେ ।

ଲିପ୍ଟ ବନ୍ଦ ହୋଇଗଲେ କଣ ନ କରିବା ଉଚିତ୍:

ଲିଫ୍ଟ ଅଟକି ଗଲେ ବାରମ୍ବାର ବଟନକୁ ଦବାନ୍ତୁ ନାହିଁ ।

ଲିଫ୍ଟ କବାଟକୁ ନିଜେ ଖୋଲିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ ।

ଲିଫ୍ଟ ଭିତରେ ଡିଅନ୍ତୁ ନାହିଁ ।

ସେହିପରି ଲିଫ୍ଟକୁ ଅଟକାଇବା ପାଇଁ ହାତ କିମ୍ବା ଗୋଡ ବ୍ୟବହାର କରନ୍ତୁ ନାହିଁ ।

Leave A Reply

Your email address will not be published.