Latest Odisha News

୧୮ ବର୍ଷ ପରେ ହରଭଜନଙ୍କ ଚାପୁଡ଼ା ଭିଡିଓ ଭାଇରାଲ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ୨୦୦୮ ଆଇପିଏଲରେ ହରଭଜନ ସିଂହ ଶ୍ରୀସାନ୍ତଙ୍କୁ ଚାପୁଡ଼ା ମାରିବାର ଅଦେଖା ଭିଡିଓ ୧୮ ବର୍ଷ ପରେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦୀ ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ହରଭଜନ ଏହି ଘଟଣା ପାଇଁ ଶ୍ରୀସାନ୍ତଙ୍କୁ ବାରମ୍ବାର କ୍ଷମା ମାଗିସାରିଛନ୍ତି।

୨୦୦୮ରେ ପ୍ରଥମ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ପରେ ଏହି ଘଟଣା ଘଟିଥିଲା। ଖେଳ ଶେଷରେ ହାତ ମିଳାଇବା ସମୟରେ ହରଭଜନ ଶ୍ରୀସାନ୍ତଙ୍କୁ ଚାପୁଡ଼ା ମାରିଥିଲେ। ଏହି ଘଟଣାର ଭିଡିଓ ସେତେବେଳେ ପ୍ରସାରଣ ହୋଇନଥିଲା। ଲଲିତ ମୋଦୀ ଏବେ ଏହାକୁ ସେୟାର କରି ସମସ୍ତଙ୍କୁ ଚକିତ କରିଛନ୍ତି।

ମୋଦୀ ମାଇକେଲ କ୍ଲାର୍କଙ୍କ ପଡକାଷ୍ଟରେ କହିଛନ୍ତି, “ହରଭଜନ ଶ୍ରୀସାନ୍ତଙ୍କୁ ଚାପୁଡ଼ା ମାରିଥିଲେ। ମୁଁ ଦୁହିଁଙ୍କୁ ବସାଇ ତଦନ୍ତ କରିଥିଲି। ହରଭଜନଙ୍କୁ ୮ଟି ମ୍ୟାଚ ପାଇଁ ନିଷିଦ୍ଧ କରାଯାଇଥିଲା।” ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ହରଭଜନ ଏହି ଘଟଣା ପାଇଁ ଅନୁତାପ ପ୍ରକାଶ କରିଛନ୍ତି। ରବିଚନ୍ଦ୍ରନ ଅଶ୍ୱିନଙ୍କ ୟୁଟ୍ୟୁବ ଚ୍ୟାନେଲରେ ସେ କହିଛନ୍ତି, “ଏହି ଘଟଣା ମୋ ଜୀବନରୁ ହଟାଇ ଦେବାକୁ ଚାହୁଁଛି। ମୁଁ ଭୁଲ କରିଥିଲି ଓ ଶ୍ରୀସାନ୍ତଙ୍କୁ ୨୦୦ ଥର କ୍ଷମା ମାଗିଛି।” ସେ ଶ୍ରୀସାନ୍ତଙ୍କ ଝିଅର ମନ୍ତବ୍ୟ ଶୁଣି ମର୍ମାହତ ହୋଇଥିବା କହିଛନ୍ତି। ଝିଅଟି ତାଙ୍କୁ କହିଥିଲା, “ତୁମେ ମୋ ବାପାଙ୍କୁ ମାରିଥିଲ। ମୁଁ ତୁମ ସହ କଥା ହେବି ନାହିଁ।” ଏହି ଘଟଣା ଆଇପିଏଲ ଇତିହାସରେ ଏକ କଳଙ୍କ ଭାବେ ରହିଛି।

Comments are closed.