Latest Odisha News

BREAKING NEWS

Economic Zone: ଓଡିଶାରେ ହେବ ୩ ଅର୍ଥନୈତିକ ଜୋନ୍: ପରିବହନ ସଚିବ

ଭୁବନେଶ୍ୱର: ରାଜ୍ୟରେ ୩ ଅର୍ଥନୈତିକ ଜୋନ୍ ହେବ କହିଲେ ପରିବହନ ସଚିବ ଉଷା ପାଢ଼ୀ । ଭୁବନେଶ୍ବର, ପୁରୀ, କଟକ, ଓ ପାରାଦୀପକୁ ମିଶାଇ ହେବ ଗୋଟିଏ ଜୋନ୍‌ । କ୍ବାଡ୍ ସିଟି ପ୍ରୋଗ୍ରାମ ଜରିଆରେ ସରକାର ଏହି ପ୍ଲାନ୍ ରଖିଛନ୍ତି ବୋଲି ସେ କହିଛନ୍ତି ।

ସେହିପରି, ସୁନାବେଡ଼ା, କୋରାପୁଟ୍, ବରଗଡ଼, ସମ୍ବଲପୁରକୁ ନେଇ ହେବ ଅନ୍ୟ ଏକ ଜୋନ୍ । ଉତ୍ତରରେ ବି ରାଉରକେଲା, କେନ୍ଦୁଝର, ବଡ଼ବିଲକୁ ନେଇ ହେବ ତୃତୀୟ ଜୋନ୍ ।

ରାଜ୍ୟର ଜିଡିପିରେ ପ୍ରମୁଖ ଦାୟିତ୍ବ ନେଇଥିବା ସହରମାନଙ୍କୁ ନେଇ ହେବ ଜୋନ୍ । କେବଳ ସହରାଞ୍ଚଳ ନୁହେଁ, ଅର୍ଥନୈତିକ କାରବାର ବୃଦ୍ଧି କରିବା ନେଇ ସରକାର ଲକ୍ଷ୍ୟ ରଖିଥିବା ପରିବହନ ସଚିବ ଉଷା ପାଢ଼ୀ କହିଛନ୍ତି ।

Comments are closed.