ପୁରୀ:କଟକଣାକୁ କରାଯାଉଛି ବେଖାତିର । କଡା ଚେକିଂ ସତ୍ତ୍ବେ ଶ୍ରୀଜଗନ୍ନାଥ ମନ୍ଦିର ପରିସର ଫଟୋ ଉଠିଛି ଓ ଶ୍ରୀମନ୍ଦିର ଭିତର ଫଟୋ ପୁଣି ଭାଇରାଲ ହୋଇଛି । ଶ୍ରୀମନ୍ଦିର ଭିତରରେ ଯୁବକ ଜଣକ ନିଜର ଫଟୋ ଉଠେଇଛନ୍ତି ଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ମହାରାଷ୍ଟ୍ର ବୈଭବ ଦୂର ପାଟିଲ ନାମକ ଜଣେ ଯୁବକ ନିଜ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।
ସୂଚନାଥାଉକି, ବାରମ୍ବାର ତଦନ୍ତ ଓ କଡ଼ା ଚେତାବନୀ ପରେ ବି ସୁଧୁରୁନାହାନ୍ତି ଶ୍ରଦ୍ଧାଳୁ। ଗତ କିଛି ଦିନ ମଧ୍ୟରେ ଶ୍ରୀମନ୍ଦିର ମଧ୍ୟରୁ ତିନି ଥର ହିଡେନ କ୍ୟାମେରା ସିଜ୍ ହେଲାଣି ।
ବର୍ତ୍ତମାନ ସମୟରେ ବଜାରରେ ଅତ୍ୟାଧୁନିକ ହିଡେନ ତଥା ସ୍ପାଏ କ୍ୟାମେରା ଅତି କ୍ଷୁଦ୍ର ଆକୃତିର ବିକ୍ରି ହେଉଛି। ଏହାର ଫାଇଦା ଉଠେଇ କିଛି ଶ୍ରଦ୍ଧାଳୁ ଶ୍ରୀ ମନ୍ଦିର ର ଭିତର ଭିଡିଓ ଓ ଫୋଟୋ ନେବା ପାଇଁ ଏହି ସବୁ କ୍ୟାମେରା ଫିଚର ଥିବା ସିକ୍ୟୁରିଟି ଗ୍ୟାଜେଟ ନେଇ ଶ୍ରୀ ମନ୍ଦିରକୁ ପ୍ରବେଶ କରୁଛନ୍ତି।
Comments are closed.