Latest Odisha News

BREAKING NEWS

National Teachers’ Award-2025: ଜାତୀୟ ଶିକ୍ଷକ ସମ୍ମାନ-୨୦୨୫: ଦିଲ୍ଲୀ ବିଜ୍ଞାନ ଭବନରେ ଓଡି଼ଶାର ୨ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର/ନୂଆଦିଲ୍ଲୀ: ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ହୋଇଛି। ଗୁରୁ ଦିବସରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ-୨୦୨୫। ମାଲକାନଗିରିର ବସନ୍ତ ରଣା ଓ କୋରାପୁଟର ତରୁଣ ଦାଶ ହେଲେ ସମ୍ମାନିତ।

ମାଲକାନଗିରି ଜିଲ୍ଲା କୋଣ୍ଡେଲ ନୂତନ ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷକତା କରୁଛନ୍ତି ବସନ୍ତ। ସେହିପରି କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ଯାଳୟରେ ଶିକ୍ଷକ ଅଛନ୍ତି ତରୁଣ। ଗୁରୁଦିବସରେ ଉଭୟଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର କୁନି କୁନି ପିଲାଙ୍କୁ ଭଲ ପାଉଥିବା ଶିକ୍ଷକ ଓ ଶିକ୍ଷାକୁ ବୃତ୍ତି ଭାବେ ବାଛି ନେଇଥିବା ଶିକ୍ଷକ ବସନ୍ତ କୁମାର ରଣା ୨୦୨୫ ମସିହା ପାଇଁ ପାଇଛନ୍ତି ଜାତୀୟ ଶିକ୍ଷକ ପୁରସ୍କାର। ମାଲକାନଗିରି ଜିଲ୍ଲାର କୋଣ୍ଡେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ବସନ୍ତ କୁମାର ରଣା ଚଳିତ ବର୍ଷ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ ଏହି ଶିକ୍ଷକ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ସର୍ଗୀକୃତ। ସେ ଏହି ପୁରସ୍କାର ପାଇଁ ୫୦୦୦୦ ଅର୍ଥ ରାଶି ଓ ମାନ ପତ୍ର ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରି ଚିତ୍ତ ରଞ୍ଜନ ପାଣିଗ୍ରାହୀ ଉକ୍ତ ଶିକ୍ଷକଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।

ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷକମାନେ ଶିକ୍ଷା କ୍ଷେତ୍ରରେ ନୂଆ ପ୍ରୟାସ ପାଇଁ ଦେଶର ସର୍ବୋଚ୍ଚ ସମ୍ମାନ ପାଇବା ନୂଆ ପରାମ୍ପରା ସୃଷ୍ଟି କରିଛି। ଗତ ବର୍ଷ ରାୟଗଡ଼ା ଜିଲ୍ଲାର ବିଲେଷୁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ ଓ କଳାହାଣ୍ଡି ଜିଲ୍ଲାର ସନ୍ତୋଷ କୁମାର କର ଏହି ସମ୍ମାନ ପାଇଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷକ ମାନେ ଶିକ୍ଷାର ବିକାଶ ଲାଗି ନୂଆ ପରୀକ୍ଷାନିରୀକ୍ଷା ଦେଶର ଶିକ୍ଷାବିତ୍ତଙ୍କ ମନ କିଣୁଛି। ଅତୀତରେ ଓମ ପ୍ରକାଶ ମିଶ୍ର, ପବିତ୍ର ମୋହନ ଦାଶ, ପ୍ରଦୀପ କୁମାର ମିଶ୍ର ଏହି ସମ୍ମାନ ହାସଲ କରିଛନ୍ତି। କ୍ରମାଗତ ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଶିକ୍ଷକମାନେ ଜାତୀୟ ଶିକ୍ଷକ ସମ୍ମାନ ହାସଲ କରିବା ଶିକ୍ଷା ବ୍ୟବସ୍ଥା ପାଇଁ ନୂଆ ପରମ୍ପରା ସୃଷ୍ଟି କରିଛି। ରାଷ୍ଟ୍ରପତି ଶିକ୍ଷକ ତରୁଣ କୁମାର ଦାସଙ୍କ ସମେତ ମୋଟ ୪୫ ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରଷ୍କାର, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି। ଏହି ଖବର ପରେ କୋରାପୁଟ ଜିଲ୍ଲାରେ ଶିକ୍ଷାବିତ୍ତ ମହଲରେ ଏକ ପ୍ରକାର ଉତ୍ସାହ ଦେଖାଦେଇଛି।

Comments are closed.