Latest Odisha News

BREAKING NEWS

Weather Update: ରାଜ୍ୟରେ ଆହୁରି ଛେଚିବ ବର୍ଷା, ଆଜି ୫ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ, ଆହୁରି ୩ଦିନ ବର୍ଷିବ ବୋଲି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଜି ମଧ୍ୟ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ଗଜପତି, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ।

ଏହା ବ୍ୟତିତ ବର୍ଷା ନେଇ ଅନ୍ୟ ୨୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୧୧ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ନେଇ ଚେତାବନୀ ଦିଆଯାଇଛି । ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଆଶଙ୍କା କରାଯାଇଛି ।

ଅନ୍ୟପଟେ, ପ୍ରବଳ ବର୍ଷା କାରଣରୁ ଜଳକା ନଦୀର ଜଳସ୍ତର ବଢ଼ିବା ଯୋଗୁ ବାଲେଶ୍ୱରର କିଛି ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ଶନିବାର ଜଳକା ନଦୀ ଜଳସ୍ତର କମିଛି । ଏହା ବିପଦ ସଙ୍କେତ ସ୍ତରଠାରୁ ତଳେ ରହିଛି । ଜଳକାର ମଥାନି ରୋଡ୍‌ରେ ଜଳସ୍ତର ୬.୪୮ ମିଟର ରହିଛି । ଏଠାରେ ବିପଦ ସଙ୍କେତ ୬.୫୦ ମିଟର ଥିବାବେଳେ ଏହାଠାରୁ ତଳେ ଜଳ ପ୍ରବାହିତ ହେଉଛି ।

Comments are closed.