Latest Odisha News

BREAKING NEWS

Hirakud Dam: ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍ । ଏବେ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଏବେ ହୀରାକୁଦର ଜଳସ୍ତର ୬୨୬.୬୦ ଫୁଟ୍ ରହିଛି ।

ବନ୍ୟାକୁ ନେଇ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୁଣ୍ଡଳୀରେ ବର୍ତମାନ ୬.୧୬ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରଭାବିତ ହେଉଛି । ମହାନଦୀ ଶାଖା ନରାଜ, କୁଶଭଦ୍ରା ଠାରେ ବିପଦ ସଂକେତ ତଳେ ଅଛି । ତେଣୁ କିଛି ଅସୁବିଧା ନାହିଁ । ଜିଲ୍ଲା ପ୍ରଶାସନ ସହ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ହେଇ ରହିଛି ।

ରେଙ୍ଗାଲିର ସବୁ ଗେଟ ବନ୍ଦ ଅଛି। କେବଳ ୩ ବ୍ଲକରେ ୫୦ମିମି ବର୍ଷା ହୋଇଛି । ଢେଙ୍କାନାଳର ଭୁବନରେ ୧୦୦ମିମି ରୁ ଅଧିକ ବର୍ଷା ହୋଇଛି । ମହାନଦୀରେ ବିଗତ ଦିନରେ ଉପରମୁଣ୍ଡରେ ବର୍ଷା ହେବା ଯୋଗୁଁ ଅଧିକ ଜଳ ପଶିଛି । ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ଥିବାରୁ ପ୍ରଶାସନକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.