Latest Odisha News

BREAKING NEWS

ଆଜି ଭାରତ-ଶ୍ରୀଲଙ୍କା ୨ୟ ଟି-୨୦ ମୁକାବିଲା; ବୁମରାହଙ୍କ ଉପରେ ନଜର

ଇନ୍ଦୋର: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ୍ ବାତିଲ ହୋଇଥିବା ବେଳେ ଏହାକୁ ଜିତିବା ପାଇଁ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ ।

ଏହି ମ୍ୟାଚ୍ ଇନ୍ଦୋରର ହୋଲକର୍ ଷ୍ଟାଡିୟମରେ ଆଜି ରାତି ୭ଟା ବେଳେ ଅନୁଷ୍ଠିତ ହେବାକୁ ଯାଉଛି ।

ଆଘାତ ଜନିତ କାରଣରୁ ବିଶ୍ରାମରେ ଥିବା ଯଶପ୍ରିତ ବୁମରା କମବ୍ୟାକ୍ କରୁଛନ୍ତି । ଆଜିର ମ୍ୟାଚରେ ସେ ପୂରାପୂରି ଫର୍ମରେ ରହିବେ ବୋଲି ଆଶା କରାଯାଉଛି । ଏଥିସହିତ ଶିଖର ଧବନ ମଧ୍ୟ ମ୍ୟାଚକୁ ଫେରୁଥିବା ବେଳେ ରୋହିତ ଶର୍ମାଙ୍କ ସହ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି ।

ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ କଡା ଟକ୍କର ଦେବାକୁ ମଧ୍ୟ ଚେଷ୍ଟା କରିବ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଟିମ୍ ଇଣ୍ଡିଆ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ୍, ଲୋକେଶ ରାହୁଲ୍, ଶ୍ରେୟସ ଅୟର୍, ଋଷଭ ପନ୍ତ୍, ଶିବମ୍ ଦୁବେ, ୱାସିଂଟନ୍ ସୁନ୍ଦର, ଯଶପ୍ରିତ ବୁମରାହ, ନବଦୀପ ସୋନି, କୁଳଦୀପ ଯାଦବ ଓ ଶାର୍ଦ୍ଦୂଳ ଠାକୁର ।

Leave A Reply

Your email address will not be published.