ଭଦ୍ରକ: ଦୁର୍ନୀତି ବିରୋଧରେ ପୁଣି କଡ଼ା କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହେଲେ ସରପଞ୍ଚ। ଭଦ୍ରକ ଚାନ୍ଦବାଲି ବ୍ଲକ ଗୋପୀନାଥପୁର ପଞ୍ଚାୟତ ସରପଞ୍ଚ ବାପୁନ ବାରିକଙ୍କୁ ନିଲମ୍ବନ କଲେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ। ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ୮ଜଣ ନାବାଳକ ଓ ନାବାଳିକାଙ୍କୁ ଶ୍ରମିକ ଦର୍ଶାଇ ଟଙ୍କା ଆତ୍ମସାତ କରିବା ପ୍ରମାଣ ମିଳିବା ପରେ ସରପଞ୍ଚଙ୍କୁ ନିମ୍ବିତ କରାଯାଇଛି।
ଭଦ୍ରକ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ବିଭାଗୀୟ ସଚିବ ଚିଠି ଜରିଆରେ ଗୋପୀନାଥପୁର ପଞ୍ଚାୟତର ସରପଞ୍ଚ ବାପୁନ ବାରିକଙ୍କୁ ନିଲମ୍ବନ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ୮ଜଣଙ୍କର ଜାଲ୍ ଆଧାରକାର୍ଡ ପ୍ରସ୍ତୁତି କରି ୨୦୨୧-୨୨ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ୮୩ ହଜାର ୯୪୪ ଟଙ୍କା ହଡପ୍ କରାଯାଇଥିଲା।
ଏହା ଜଣିବା ପରେ ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ମୁଖ୍ୟ ଶାସନ ସଚିବ, ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଗତ ବର୍ଷ ଅଗଷ୍ଟ ମାସ ୬ ତାରିଖରେ ଲିଖିତ ଅଭିଯୋଗ କରିଥିଲେ।
Comments are closed.