ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଅନେକ ପ୍ରଶଂସକ ଦେଶ ଓ ବିଦେଶରେ ରହିଛନ୍ତି । କୋହଲି ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ତାଲିବାନ ମଧ୍ୟରେ କୋହଲିଙ୍କ ଅନେକ ପ୍ରଶଂସକ ଅଛନ୍ତି । ତାଲିବାନର ବରିଷ୍ଠ ନେତା ଅନସ ହକ୍କାନୀ ନିଜକୁ କୋହଲିଙ୍କ ବଡ ପ୍ରଶଂସକ ବୋଲି କହିଛନ୍ତି । ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେବା ଗ୍ରହଣୀୟ । କୋହଲି କାହିଁକି ଅବସର ନେଲେ ତାହା ମୁଁ ଏବେ ବି ବୁଝି ପାରୁନି । କ୍ରିକେଟରେ କୋହଲିଙ୍କ ପରି ଖୁବ କମ ଖେଳାଳି ଆସିଥାନ୍ତି । ତାଙ୍କ ଫର୍ମ ଏବଂ ଫିଟନେସ ଯାହା ଅଛି ୫୦ ବର୍ଷ ପର୍ଯ୍ୟନ୍ତ ଖେଳିବେ ବୋଲି ହକ୍କାନୀ କହିଛନ୍ତି ।
କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ ତାହା ସମସ୍ତଙ୍କୁ ମାନସିକ ଶାନ୍ତି ପ୍ରଦାନ କରିଥାନ୍ତା । ବୋର୍ଡ ଏବଂ ମିଡିଆ ଚାପରେ ବୋଧ ହୁଏ କୋହଲି ଅବସର ନେଲେ ବୋଲି ସେ କହିଛନ୍ତି । ଏବେ ଜୋ ରୁଟ ଯେପରି ସଚିନଙ୍କ ସ୍କୋରର ନିକଟତର ହେଲେଣି ସେହିପରି କୋହଲି ମଧ୍ୟ ଇତିହାସ ରଚିଥାନ୍ତେ । ଏବେ ବି ମୁଁ ତାଙ୍କ ଅବସର ଗ୍ରହଣ କରିପାରୁ ନାହିଁ ବୋଲି ହକ୍କାନୀ କହିଛନ୍ତି ।
Comments are closed.