Latest Odisha News

BREAKING NEWS

୧୦ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଅବକାରୀ ବିଭାଗକୁ ବଡ଼ ସଫଳତା । ନିଶା ବେପାରୀମାନଙ୍କ ଠାରୁ ୧୦୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ, ୨ ଜଣ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି । ଏହା ସହ ସେମାନଙ୍କ ନିକଟରୁ ଦୁଇଟି ବାଇକ୍‌, ପାଞ୍ଚ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ରହିଛି ।

ଗିରଫ ବ୍ରାଉନସୁଗାର ବେପାରୀମାନେ ବିକ୍ରି ଉଦ୍ଦେଶ୍ୟରେ ଏହାକୁ କିଣିଥିଲେ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ଭିନ୍ନଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ସମଲ ଥାନା ପରାବିଲ ଅଞ୍ଚଳର ଦେବାନନ୍ଦ ଦେହୁରୀ ବିକ୍ରି ପାଇଁ ବାଇକ ଯୋଗେ ବ୍ରାଉନସୁଗାର ନେଉଥିବା ପରାବିଲ ଠାରେ ଚଢ଼ାଉ କରି ତାଙ୍କ ନିକଟରୁ ୬୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ ଅବକାରୀ ବିଭାଗ ।

ସେହିପରି ପରାବିଲ ଅଞ୍ଚଳର ତାପସ କୁମାର ପ୍ରଧାନ ସେମାନଙ୍କ ନିକଟରୁ ୩୭ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୪୦ ହଜାର ଟଙ୍କା ହେବ । ଉଭୟ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.