Latest Odisha News

BREAKING NEWS

Solar Eclipse: ଆଜି ବର୍ଷର ଶେଷ ସୂର୍ଯ୍ୟପରାଗ; କେଉଁଠି ହେବ ଦୃଶ୍ୟମାନ…

ନୂଆଦିଲ୍ଲୀ: ଆଜି ହେଉଛି ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ । ଯଦିଓ ଏହା ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିକୋଣରୁ ଏକ ଅଦ୍ଭୁତ ଘଟଣା ହେଲେ ଧାର୍ମିକ ବିଶ୍ୱାସ ଏବଂ ପରମ୍ପରାରେ ସୂର୍ଯ୍ୟପରାଗକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ । ତେବେ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏହା କେବଳ ପ୍ରଶାନ୍ତ ମହାସାଗର, ଆଣ୍ଟାର୍କଟିକା ଓ ନ୍ୟୁଜିଲାଣ୍ଡର ଅନେକ ଅଞ୍ଚଳରେ ଏହା ଆଂଶିକ ରୂପେ ଦେଖାଯିବ ।

ଭାରତୀୟ ସମୟ ପ୍ରାୟ ରାତି ୧୧ଟାରେ ସୂଯ୍ୟୋପରାଗ ଆରମ୍ଭ ହୋଇ ୩ଟା ୨୩ ବେଳକୁ ଶେଷହେବ। ରାତି ୧ଟା ୧୨ ସମୟରେ ଏହା ସର୍ବାଧିକ ପରାଗ ସଂଘଟିତ ହେବ । ତେଣୁ, ସୂତକ ସମୟ ବୈଧ ହେବ ନାହିଁ । ତଥାପି, ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ଦିନଟି ଅଶାନ୍ତ ରହିବ । କନ୍ୟା, ମୀନ, ଧନୁ ଏବଂ ମିଥୁନ ରାଶିର ଲୋକମାନେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କ୍ୟାରିଅର, ସମ୍ପର୍କ ଏବଂ ସ୍ୱାସ୍ଥ୍ୟରେ ଉତ୍ଥାନ-ପତନ ହେବ, ଯେତେବେଳେ ବୃଷ ଏବଂ ତୁଳା ରାଶି କିଛି ଆଶ୍ୱସ୍ତି ଏବଂ ସୁଯୋଗ ଅନୁଭବ କରିପାରନ୍ତି ।

ଏହି ସମୟରେ କିନ୍ତୁ ଗର୍ଭବତୀ ମହିଳାମାନଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡିବ । ଏହି ସମୟରେ କୌଣସି ଅବହେଳା ଗର୍ଭସ୍ଥ ଶିଶୁ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।

Comments are closed.