ଭୁବନେଶ୍ୱର: ‘ନିଶା ମୁକ୍ତ ଭାରତ’ ପାଇଁ ରାଜଧାନୀରେ ବିଶାଳ ଗଣଦୌଡ଼ । ଆଜି ସକାଳୁ କଳିଙ୍ଗ ଷ୍ଟାଡିୟମ୍ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏହି ଗଣଦୌଡ଼ ଆୟୋଜନ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାପରେ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଗଣଦୌଡରେ ଦୌଡିଥିବା ଦେଖିବାକୁ ମିଳିଛି ।
ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଗଣଦୌଡରେ ମନ୍ତ୍ରୀ, ନେତା, ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ମହତ ବାର୍ତ୍ତା ନେଇ ଏହି ଗଣଦୌଡ଼ର ଆୟୋଜନ ହୋଇଥିବା ସୂଚନା ରହିଛି ।
ଅନ୍ୟପଟେ, ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ‘ନମୋ ଯୁବ ମାରାଥନ୍’ ଆୟୋଜିତ ହୋଇଛି । ଏହା ମାଧ୍ୟମରେ ନିଶା ଠାରୁ ଯୁବପିଢିଙ୍କୁ ଦୂରେଇ ରଖିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଉଛି ।
Comments are closed.