Latest Odisha News

BREAKING NEWS

ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେପି ରାଜ୍ୟ ସଭାପତିଙ୍କ ବଡ ଭବିଷ୍ୟବାଣୀ

ଭୁବନେଶ୍ୱର: ଆଜି ପବିତ୍ର ମହାଳୟ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ କରିବାକୁ ସମ୍ବଲପୁରରେ ପହଞ୍ଚିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ସମୟରେ ମନମୋହନ ନୂଆପଡ଼ା ଉପନିର୍ବାଚନକୁ ନେଇ ଏକ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ନୂଆପଡ଼ା ଉପନିର୍ବାଚନରେ ପଦ୍ମ ଫୁଟିବ । ଏଥିସହ ନୂଆପଡ଼ା ଉପନିର୍ବାଚନରେ ଚାଷୀଙ୍କୁ ବୋନସ୍ ଓ ବିକାଶ ମୁଖ୍ୟ ପ୍ରସଙ୍ଗ ରହିଛି ବୋଲି ମନମୋହନ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଗତ କିଛି ଦିନ ଧରି ଲାଗିରହିଥିବା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ସେ କହିଛନ୍ତି ଯେ, ଏବେ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବନି । ପାର୍ବଣ ପୂର୍ବରୁ ହେବ ନାହିଁ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ।

 

Comments are closed.