ନୂଆଦିଲ୍ଲୀ: ବୁଲଗେରିଆନର ବାବା ଭେଙ୍ଗାଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ।ସେ ଦୃଷ୍ଟିହୀନ ଥିବା ସତ୍ତ୍ୱେ ମଧ୍ୟ ତାଙ୍କ ଦ୍ଵାରା କରାଯାଇଥିବା ଭବିଷ୍ୟବାଣୀ ସବୁବେଳେ ସତ୍ୟ ପ୍ରମାଣିତ ହୋଇଥାଏ। ତେବେ ସେ ରାଜକୁମାରୀ ଡାଏନାଙ୍କ ଦେହାନ୍ତ ଏବଂ ୯/୧୧ ର ବଡ଼ ଆକ୍ରମଣ ବିଷୟରେ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ। ଯାହାକୁ ନେଇ ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।
୨୦୨୬ରେ ବିଶ୍ୱ ମଧ୍ୟରେ ଅନେକ ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ଯେପରିକି ଭୂମିକମ୍ପ, ଜ୍ୱାଳାମୁଖୀ ଉଦ୍ଗିରଣ ଏବଂ ଜଳବାୟୁ ପରିବର୍ତ୍ତନ ଇତ୍ୟାଦି ହୋଇପାରେ ବୋଲି ସେ କହିଛନ୍ତି। ସେ ଆକଳନ କରିଛନ୍ତି ଯେ ପୃଥିବୀ ପୃଷ୍ଠର ପ୍ରାୟ ୭-୮% ଏହି ଘଟଣାଗୁଡ଼ିକ ଦ୍ୱାରା ପ୍ରଭାବିତ ହେବ।
ତେବେ ଏହି ସବୁ ବିପର୍ଯ୍ୟୟ ପାଇଁ ମାନବଜାତି ଆଗରୁ ପ୍ରସ୍ତୁତ ହୋଇପାରିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ଏଥିସହିତ ବିଶ୍ୱ ଶକ୍ତି ମଧ୍ୟରେ ଉତ୍ତେଜନା ବୃଦ୍ଧି ଯୋଗୁଁ ୨୦୨୬ରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ମଧ୍ୟ କହିଛନ୍ତି। ପୂର୍ବରୁ ଋଷ ଏବଂ ୟୁକ୍ରେନ ଯୁଦ୍ଧ ନେଇ ମଧ୍ୟ ଭବିଷ୍ୟବାଣୀ କରିଥିଲେ ଓ ପୁଟିନ୍ “ବିଶ୍ୱ ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିବା ସହ ୟୁରୋପ ଏକ “ଆବର୍ଜନାଭୂମି” ହୋଇଯିବ। ଏଥିସହିତ ଚୀନର ତାଇୱାନ ଦଖଲ ଏବଂ ଋଷ ଓ ଆମେରିକା ମଧ୍ୟରେ ସିଧାସଳଖ ମୁକାବିଲା ବିଷୟରେ ମଧ୍ୟ କହିଛନ୍ତି ଯାହାକି ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ।
ଏହାବ୍ୟତୀତ AI ଅର୍ଥାତ୍ ରୋବୋଟ୍ ଆମର କାମ, ସମ୍ପର୍କ ଏବଂ ଜୀବନକୁ ନିୟନ୍ତ୍ରଣ କରିବା ଆରମ୍ଭ କରିବ ଓ ନଭେମ୍ବର ୨୦୨୬ରେ ଏଲିଏନ୍ ସହିତ ପ୍ରଥମ ଥର ପାଇଁ ସମ୍ପର୍କ କରିବା ନେଇ କୁହାଯାଇଛି। ଏକ ବିଶାଳ ମହାକାଶଯାନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ଆମ ସହିତ ଯୋଗାଯୋଗ କରିବ ବୋଲି କହିଛନ୍ତି।
NASA ମଧ୍ୟ ଏହି ବର୍ଷ ଆରମ୍ଭରେ ଏକ ବିରଳ ଧୂମକେତୁ ବିଷୟରେ ଚେତାବନୀ ଜାରି କରିଥିଲା ଓ ଏହା ଏକ ଧୂମକେତୁ ନୁହେଁ, ବରଂ ଏକ ଏଲିଏନ୍ ଜାହାଜ ଯାହାକି ସୂଚନା ସଂଗ୍ରହ କରିବାକୁ ପୃଥିବୀକୁ ଆସିଥିବା ନେଇ ହାର୍ଭାର୍ଡ ଜ୍ୟୋତିର୍ବିଜ୍ଞାନୀ ଅଭି ଲୋଏବ କହିଥିଲେ। ତେବେ ଏହା ଆମର ରକ୍ଷାକାରୀ ହୋଇପାରେ କିମ୍ବା ବିନାଶକାରୀ ହୋଇପାରେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି।
ତେବେ ବାବା ଭେଙ୍ଗା ତାଙ୍କ ଜୀବନକାଳ ମଧ୍ୟରେ ପ୍ରାୟ ୫,୦୭୯ ଭବିଷ୍ୟବାଣୀ କରିଥିଲେ। ସେଥିମଧ୍ୟରୁ ଅନେକ ସତ୍ୟ ପ୍ରମାଣିତ ହୋଇଛି।
Comments are closed.