Latest Odisha News

BREAKING NEWS

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ୨୬୪୪ଟି ଆବେଦନ ପଞ୍ଜିକୃତ

ପୁରୀ: ଆଉ କିଛି ଦିନ ପରେ ଆମ୍ଭ ହେବ ପବିତ୍ର କାର୍ତ୍ତିକ ମାସ । ଏହି ସମୟରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପୁରୀରେ ଲାଗିବ ହବିଷ୍ୟାଳୀଙ୍କ ପ୍ରବଳ ଭିଡ । ଏହି ପ୍ରରିପେକ୍ଷୀରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପ୍ରଶାସନ ପାଖରେ ୨୬୪୪ଟି ଆବେଦନ ପଞ୍ଜିକୃତ ହୋଇଛି । ଆଉ ଗତଥର ଭଳି ଚଳିତବର୍ଷ ମଧ୍ୟ ବୃନ୍ଦାବତୀ ଭବନ ସହ ଆଉ ତିନଟି କୋଠାରେ ରହିବେ ହବିଷ୍ୟାଳୀ ।

ଏହାକୁ ଆସନ୍ତା ୩ ଦିନ ଭିତରେ ଯାଞ୍ଚ କରାଯିବ ଓ ଯୋଗ୍ୟ ହବିଷ୍ୟାଳିଙ୍କୁ ପୁରୀରେ ବ୍ରତ ପାଳନ ନିମନ୍ତେ ନିର୍ଦ୍ଧାରିତ ସମୟରେ ପହଞ୍ଚିବାକୁ ବାର୍ତ୍ତା ପଠାଯିବ । ଏନେଇ ଶନିବାର ଜିଲ୍ଲାପାଳ ଦିବ୍ୟଜ୍ୟାତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି ।

ଜିଲ୍ଲାପାଳଙ୍କ କହିବା ଅନୁସାରେ, ଚଳିତ ମାସ ଶେଷ ସୁଦ୍ଧା ପ୍ରାଶାସନିକ ଅଧିକାରୀମାନେ ବଣ୍ଟନ ହୋଇଥିବା କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ୧୯ ତାରିଖ ଦିନ ୧୦ଟା ପରଠାରୁ ବ୍ରତ ପାଳନ ଆଶାୟୀଙ୍କୁ ଅନଲାଇନ୍‌ରେ ଆବେଦନ କରିବାକୁ ବିଜ୍ଞାପନ ଯୋଗେ ସୂଚନା ଦେଇଥିଲା ପ୍ରଶାସନ । ହେଲେ ମାତ୍ର ଘଣ୍ଟାଏ ପରେ ଆବେଦନ ପଞ୍ଜୀକରଣ ପୋର୍ଟାଲ ବନ୍ଦ ହୋଇଯାଇଥିଲା । ତେବେ ଏଥର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ ମାଧ୍ୟମରେ କରାଯାଉଛି । କେଉଁଠି ରହିବେ ଓ ଆଇଡି କାର୍ଡ ଆଦିର ସମସ୍ତ ତଥ୍ୟ ଅନଲାଇନ ମାଧ୍ୟମରେ ହେବାକୁ ଯୋଜନା କରିଛନ୍ତି ପୁରୀ ଜିଲ୍ଲାପାଳ ।

https/edistrict.odisha.gov.in ଅନଲାଇନ୍ ଲିଙ୍କ ରେ ଆବେଦନ କରିପାରିବେ ହବିଷ୍ୟାଳୀ । ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ ରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିତ ମହିଳାମାନେ ଆବେଦନ କରିପାରିବେ ।

Comments are closed.