Latest Odisha News

ମାଓବାଦୀ ପ୍ରତିଷ୍ଠା ଦିବସ ସପ୍ତାହ ଆରମ୍ଭ, ସତର୍କତା ଜାରି କରିଛି ପୋଲିସ ଓ ରେଳ ପ୍ରଶାସନ

ଭୁବନେଶ୍ୱର: ସିପିଆଇ-ମାଓବାଦୀ ପ୍ରତିଷ୍ଠା ଦିବସ ସପ୍ତାହ ଆରମ୍ଭ ହୋଇଛି। ଏହି ସପ୍ତାହ ସେପ୍ଟେମ୍ବର ୨୧ ତାରିଖରୁ ସେପ୍ଟେମ୍ବର ଶେଷ ଯାଏ ଚାଲିବ। ଏହି ଦିନରେ ହିଂସାତ୍ମକ କାର୍ଯ୍ୟ କରି ମାଓବାଦୀମାନେ ସେମାନଙ୍କର ଉପସ୍ଥିତି ଜାହିର କରିବେ। ଏ ସମ୍ପର୍କରେ ସତର୍କତା ଜାରି କରିଛି ରେଳ ପ୍ରଶାସନ।

ଚକ୍ରଧରପୁର ଡିଭିଜନର ସୋନୁଆ, ଟୁନିଆ, ଜରାଇକେଲା, ଭାଲୁଲତା ଓ ବିଶ୍ରା ଭଳି ନକ୍ସଲ ପ୍ରଭାବିତ ଷ୍ଟେସନରେ ରେଳ ପ୍ରଶାସନ ଆର୍‌ପିଏଫ୍‌ କର୍ମଚାରୀଙ୍କୁ ନିୟୋଜିତ କରିଛି। ରାତ୍ରିକାଳୀନ ଟ୍ରେନଗୁଡ଼ିକରେ ଆର୍‌ପିଏଫ୍‌ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି।

ନକ୍ସଲ ପ୍ରଭାବିତ ଅଞ୍ଚଳରେ ରାତିରେ ଧୀରେ ଯାତ୍ରା କରିବାକୁ ଟ୍ରେନ୍‌ ଚାଳକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ଜରାଇକେଲା ସୀମାନ୍ତ ଅଞ୍ଚଳ ଦେଇ ଯାଉଥିବା ଯାନବାହନଗୁଡ଼ିକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି।

 

Comments are closed.