ପୁରୀ: ଶ୍ରୀମନ୍ଦିର ମୂଳ ରତ୍ନ ଭଣ୍ଡାରକୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି । ଏହି ପ୍ରକ୍ରିୟା ଆଜି ପୂର୍ବାହ୍ନ ୧୦ଟା ୫୫ରେ ଆରମ୍ଭ ହୋଇ ୨ଟା ୫୫ରେ ଶେଷ ହୋଇଛି । ଅଳଙ୍କାର ମାନ ସ୍ଥାନାନ୍ତରଣ ପରେ ମାଜିଷ୍ଟ୍ରେଟ ତଥା ଜିଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାରକୁ ସିଲ୍ କରି ଦିଆଯାଇଥିବା ନେଇ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।
ମୁଖ୍ୟ ପ୍ରଶାସକ ଆହୁରି କହିଛନ୍ତି ଯେ, ରତ୍ନଭଣ୍ଡାର ସିଲ୍ ପରେ ଏହାର ଚାବି ଟ୍ରେଜେରୀକୁ ହସ୍ତାନ୍ତର ହେବ । ରାଜ୍ୟ ସରକାରଙ୍କ ଏସଓପି ଅନୁସାରେ ସ୍ଥାନାନ୍ତର କରାଯାଇଛି । ଏସଓପି ଅନୁସାରେ ମଧ୍ୟ ସବୁ କିଛି ଭିଡିଓଗ୍ରାଫି କରାଯାଇଛି । ଗଣତି ମଣତି କେବେ ହେବ ରାଜ୍ୟ ସରକାର ସ୍ଥିର କରିବେ ବୋଲି ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।
ତେବେ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ସିଂହଦ୍ଵାର ଦେଇ ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ଵାର ବାଟେ ପ୍ରବେଶ କରି ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି । ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା ।
ସୂଚନାଯୋଗ୍ୟ, ୨୦୨୪ ଶ୍ରୀଗୁଣ୍ଡିଚା ଯାତ୍ରା ତଥା ଜୁଲାଇ ୧୪ରେ ରତ୍ନଭଣ୍ଡାର ଖୋଲିବା ସହ ପ୍ରଥମେ ବାହାର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ଚାଙ୍ଗଡ଼ା ଘରକୁ ସ୍ଥାନାନ୍ତରିତ ହୋଇଥିଲା ।
Comments are closed.