Latest Odisha News

BREAKING NEWS

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ସୁଯୋଗ ପାଇ ପାରନ୍ତି ଅଭିଷେକ

ନୂଆଦିଲ୍ଲୀ: ଆଇପିଏଲ ପରେ ଏବେ ଏସିଆ କପ କ୍ରିକେଟରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ରିପୋର୍ଟ ମୁତାବକ ଅଭିଷେକଙ୍କ ପ୍ରଦର୍ଶନରେ ଚୟନ କମିଟି ପ୍ରଭାବିତ ହୋଇଛନ୍ତି । ଏପରିକି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ତାଙ୍କୁ ସୁଯୋଗ ମିଳିବା ସମ୍ଭାବନା ସୃଷ୍ଟି ହୋଇଛି । ଅକ୍ଟୋବର ୧୯ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ । ଅଭିଷେକ ଏବେ କେବଳ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ଟି୨୦ ଖେଳିବା ସୁଯୋଗ ପାଇଛନ୍ତି । ୬ ଜୁଲାଇ ୨୦୨୪ରେ ସେ ହରାରେରେ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

ସେ ୨୧ ଟି୨୦ରେ ୩୫.୪ ଆଭରେଜରେ ୭୦୮ ରନ ସଂଗ୍ରହ କରିଛନ୍ତି । ତାଙ୍କ ଷ୍ଟ୍ରାଇକ ରେଟ ୨୦୦ ପାଖାପାଖି ରହିଛି । ଅଭିଷେକ ୨ଟି ଶତକ ଓ ୩ଟି ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି । ସେ ଏସିଆ କପ କ୍ରିକେଟରେ ପାକିସ୍ତାନ ବିପକ୍ଷ ସୁପର ୪ ମୁକାବିଲାରେ ୩୯ ବଲରେ ୭୪ ରନ କରି ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ଅଭିଷେକ ଏସିଆ କପରେ ୪ଟି ମ୍ୟାଚରେ ୧୭୩ ରନ ସଂଗ୍ରହ କରିଛନ୍ତି । ତାଙ୍କ ଷ୍ଟ୍ରାଇକ ରେଟ ୨୦୮ ରହିଛି ।

Comments are closed.