Latest Odisha News

BREAKING NEWS

ଚର୍ଚ୍ଚାରେ ଲକ୍ଷ୍ନୌର ସ୍ୱସ୍ତିକ ଆକୃତିର ଲୋଟସ ବଗିଚା

ଲକ୍ଷ୍ନୌ: ନୂଆ ନୂଆ ଡିଜାଇନର ଘର, ଅଫିସ ପରେ ଏବେ ଲକ୍ଷ୍ନୌରେ ଏକ ପାର୍କ ତିଆରି କରାଯାଇଛି ଯାହା ଚର୍ଚ୍ଚାର କାରଣ ସାଜିଛି । ଏଠାରେ ନ୍ୟାଶନାଲ ବଟାନୀକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ମଧ୍ୟରେ ଏହି ପାର୍କ ନିର୍ମାଣ କରାଯାଇଛି । ପାର୍କକୁ ସମ୍ପୂର୍ଣ୍ଣ ଭାବେ ସ୍ୱସ୍ତିକ ଆକାରରେ ତିଆରି କରାଯାଇଛି । ଏହାର ଡ୍ରୋନ ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୬୦ ଲୋଟସ ଓ ସ୍ୱତନ୍ତ୍ର ନମୋ ୧୦୮ ଲୋଟସ ଏହାର ଶୋଭା ବୃଦ୍ଧି କରୁଛି । ଖୁବ କମ ଦିନ ମଧ୍ୟରେ ଏଠାରେ ଅନେକ ପ୍ରକାରର ସୁନ୍ଦର ଗଛ ଲଗାଯିବ ବୋଲି କୁହାଯାଇଛି ।

ଲକ୍ଷ୍ନୌର ଏହି ଗାର୍ଡେନ ନିଶ୍ଚିତ ଭାବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ମଧ୍ୟ ଆଶା କରାଯାଉଛି । ପ୍ରଥମ ଥର ପାଇଁ ଏ ଭଳି ଏକ ସ୍ୱସ୍ତିକ ପାର୍କ ନିର୍ମାଣ କରାଯାଇଛି । ଏହା ଆଗାମୀ ଦିନରେ ଅନ୍ୟମାନଙ୍କୁ ଆକୃଷ୍ଟ କରିବ ବୋଲି ମଧ୍ୟ ଆଶା ବ୍ୟକ୍ତ କରାଯାଉଛି । ଏହାର ଡିଜାଇନ କିଏ ପ୍ରସ୍ତୁତ କରିଛି ତାହା ଜଣାପଡି ନ ଥିଲେ ମଧ୍ୟ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି ।

Comments are closed.