Latest Odisha News

BREAKING NEWS

ଆସିଲା ତାରିଖ; ଏହି ଦିନରୁ RI, ICDS ସୁପରଭାଇଜର,ଅମିନ ପାଇଁ ହେବ ପ୍ରିଲିମନାରୀ ପରୀକ୍ଷା

ଭୁବନେଶ୍ବର: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନଆୟୋଗ (OSSSC) ଦ୍ୱାରା ପରିଚାଳିତ RI, ଏଆର୍‌ଆଇ, ଅମିନ ଓ ICDS ସୁପରଭାଇଜର ପଦ ପାଇଁ ପ୍ରିଲିମିନାରି ପରୀକ୍ଷା ଅକ୍ଟୋବର ୮ରୁ ଆରମ୍ଭ ହେବ। ସବୁ ଜିଲ୍ଲାରେ ଅକ୍ଟୋବର ୮ରୁ ନଭେମ୍ବର ୧୩ ମଧ୍ୟରେ ହେବ ପ୍ରିଲିମନାରୀ ପରୀକ୍ଷା ହେବ । ଶୁକ୍ରବାର ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

www.osssc.gov.in ରେ ଆଡମିଶନ ଲେଟର ଡାଉନଲୋଡ କରିହେବ । ଆଡ୍‌ମିଶନ ଲେଟରରେ ପରୀକ୍ଷା ତାରିଖ, ସ୍ଥାନ ଏବଂ କେନ୍ଦ୍ର ସମ୍ପର୍କିତ ତଥ୍ୟ ଉଲ୍ଲେଖ କରାଯିବ।ଛାତ୍ରଛାତ୍ରୀ ଚାହିଁଲେ ପୋର୍ଟାଲରେ ମକ୍ ଟେଷ୍ଟ ମଧ୍ୟ ଦେଇ ପାରିବେ।

ସୂଚନାଥାଉକି, ପୂର୍ବରୁ ଏହି ପରୀକ୍ଷାର ମେନ୍ସ ୨୦୨୫ରେ ରଦ୍ଦ ହୋଇଥିଲା ଏବଂ ହାଇକୋର୍ଟ ଏହାର ସାନି ପରୀକ୍ଷା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ନୂତନ ପ୍ରିଲିମନାରୀ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି।

Comments are closed.