Latest Odisha News

PM Modi: ଝାରସୁଗୁଡ଼ାରୁ କଂଗ୍ରେସକୁ ମୋଦି ତେରଛା ବାଣ: କହିଲେ, ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କରିଛି

ଭୁବନେଶ୍ୱର: ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିଛନ୍ତି। ଓଡ଼ିଆରେ ଜୁହାର କହି ଅଭିଭାଷଣ ଆରମ୍ଭ କଲେ ମୋଦି । ଏହା ସହ ନବରାତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ୫୦ହଜାର କୋଟିରୁ ଅଧିକ ମୂଲ୍ୟର ଭେଟି ଦେଇଛନ୍ତି। ମୋଦି ଝାରସୁଗୁଡ଼ାରୁ କଂଗ୍ରେସକୁ ତେରଛା ବାଣ ମାରିଛନ୍ତି।

କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, ୨୦୧୪ରେ କ୍ଷମତାକୁ ଆସିବା ପରେ ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କଲି। ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ କରୁଥିଲା। ଆମ ସରକାର ୧୨ ଲକ୍ଷ ଆୟ ପର୍ଯ୍ୟନ୍ତ ଆୟକର ମୁକ୍ତ କରିଛନ୍ତି। କଂଗ୍ରେସ ସରକାର ବେଳେ ୧ ଲକ୍ଷ ଖର୍ଚ୍ଚ ପାଇଁ ୨୫ ହଜାର ଟିକସ ପଡ଼ୁଥିଲା। ମାତ୍ର ଆମ ସରକାରରେ ବର୍ତ୍ତମାନ ୧ ଲକ୍ଷରେ କେବଳ ୪ରୁ ୫ ହଜାର ଟିକସ ଦେବାକୁ ପଡୁଛି ବୋଲି ମୋଦି କହିଛନ୍ତି।

କଂଗ୍ରେସ ଆପଣଙ୍କୁ ଲୁଟିବାର କୌଣସି ମୌକା ଛାଡ଼ିନି। କଂଗ୍ରେସର ଲୁଟତନ୍ତ୍ରରୁ ଆମେ ବାହାର କରିଛୁ। ୨ ଲକ୍ଷ ରୋଜଗାର କଲେ କଂଗ୍ରେସ ଟ୍ୟାକ୍ସ ନେଉଥିଲା। ଏବେ ୧୨ ଲକ୍ଷ ଯାଏ ରୋଜଗାରରେ ଜିରୋ ଟ୍ୟାକ୍ସ। GSTରେ ବି ଏବେ ସୁଧାର କରାଯାଇଛି। କଂଗ୍ରେସ ସରକାର ଯେଉଁଠି ରହିବ ଲୁଟ କରିବ। କଂଗ୍ରେସ ଠାରୁ ଲୋକଙ୍କୁ ବଞ୍ଚିକି ରହିବାର ଅଛି।

ସେହିପରି ମୋଦି କହିଛନ୍ତି ଯେ, ଆଗାମୀ ଦିନରେ ଓଡ଼ିଶାରେ ୨ ସେମିକଣ୍ଡକ୍ଟର ୟୁନିଟ୍ ହେବାକୁ ଯାଉଛି। ଏହି ସେମିକଣ୍ଡକ୍ଟରରୁ ବାହାରୁଥିବା ଚିପ୍ ସବୁ କାର୍ଯ୍ୟରେ ଲାଗିବ। ଏହି ଛୋଟିଆ ଚିପ୍ ସବୁ ଦୈନନ୍ଦିନ ସାମଗ୍ରୀରେ ଲାଗିବ। ଚିପ୍ ଠାରୁ ଆରମ୍ଭ କରି ସିପ୍ ପର୍ଯ୍ୟନ୍ତ ଭାରତ ସବୁଥିରେ ଆତ୍ମନିର୍ଭର ହେବ। ଆମ ଦେଶ କୌଣସି ଦେଶ ଉପରେ ନିର୍ଭର କରିବ ନାହିଁ। ସ୍ଵଦେଶୀ ଜ୍ଞାନକୌଶଳରେ ସିପ୍ ନିର୍ମାଣ ପାଇଁ ୧୭ ହଜାର କୋଟି ମଞ୍ଜୁର ହୋଇଛି। ଯୁବପୀଡ଼ିଙ୍କୁ ଏଥିରୁ ସବୁଠୁ ବେଶି ଫାଇଦା ମିଳିବ। ଓଡ଼ିଶାର ଯୁବପିଢିଙ୍କୁ ରୋଜଗାର ମିଳିବ।

Comments are closed.