ନୂଆଦିଲ୍ଲୀ: ଗିରଫ ହେଲେ ଶ୍ରୀ ଶାରଦା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥସାରଥି । ଆଗ୍ରାରୁ ତାଙ୍କୁ ଗିରଫ କଲା ପୋଲିସ । ତାଙ୍କ ନାମରେ ୧୭ଜଣରୁ ଅଧିକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା ।
ମିଳିଥିବା ସୂଚନା ଅନୁସାରେ, ଆର୍ଥିକ ଦୁର୍ବଳ ବର୍ଗରେ ଛାତ୍ରବୃତ୍ତି ସହିତ ସ୍ନାତକୋତ୍ତର ମ୍ୟାନେଜମେଣ୍ଟ ଡିପ୍ଲୋମା ପାଠ୍ୟକ୍ରମ କରୁଥିବା ଛାତ୍ରମାନଙ୍କୁ ହଇରାଣ କରିବା ଅଭିଯୋଗରେ ପୁଲିସ୍ ମାମଲା ରୁଜୁ କରିଛି । ୩୨ ଜଣ ଛାତ୍ରଙ୍କ ମଧ୍ୟରୁ ଅତି କମ୍ରେ ୧୭ ଜଣ ଛାତ୍ରୀ ସ୍ୱାମୀ ଚୈତନ୍ୟାନନ୍ଦଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିବା, ଅଶ୍ଳୀଳ ଟେକ୍ସଟ୍ ମେସେଜ୍ ପଠାଇବା ଓ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ କରିଥିଲେ ।
ସେ ୪୦ କୋଟି ଟଙ୍କାର ଠକେଇ କରିଥିବା ଜଣାପଡିଛି ଏବଂ ତାଙ୍କଠାରୁ ଦୁଇଟି ପାସପୋର୍ଟ, ୩ଟି ଫୋନ ଜବତ କରାଯାଇଛି । ନକଲି ଭିଜିଟିଂ କାର୍ଡ ମଧ୍ୟ ଜବତ କରାଯାଇଛି, ଯେଉଁଥିରେ ସେ ନିଜକୁ ଜାତିସଂଘର ସ୍ଥାୟୀ ରାଷ୍ଟ୍ରଦୂତ ବୋଲି ଦାବି କରିଥିବା କାର୍ଡ ମଧ୍ୟ ସାମିଲ ଅଛି । ବାବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ ବ୍ୟବହାର କରି ନିଜର ସ୍ଥିତିକୁ ମିଥ୍ୟା ଭାବରେ ପ୍ରଦର୍ଶିତ କରୁଥିଲେ । ସେ ତାଙ୍କ ଲୋକଙ୍କୁ ଡାକି ଦାବି କରୁଥିଲେ ଯେ ସ୍ୱାମୀଜୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଜଡିତ ବୋଲି ।
୧୯୯୮ ମସିହାରେ ଦିଲ୍ଲୀର ଉପରାଜ୍ୟପାଳ ବସନ୍ତ କୁଞ୍ଜରେ ଥିବା ଜମିର ଏକ ଖଣ୍ଡ ଶାରଦା ପୀଠକୁ ଆବଣ୍ଟନ କରିଥିଲେ । ବାବାଙ୍କୁ ସୀମିତ ସଂଖ୍ୟକ କାର୍ଯ୍ୟ ପାଇଁ ମଠର ଆଟୋର୍ଣ୍ଣି ବା ଓକିଲ ଭାବେ ନିଯୁକ୍ତ କରାଯାଇଥିଲା । ୨୦୦୮ ମସିହାରେ, ବାବା, ଅନ୍ୟମାନଙ୍କ ସହିତ, ଅନୁମତି ବିନା ପ୍ରତିଷ୍ଠାନର ନାମ ପରିବର୍ତ୍ତନ କରିଥିଲେ । ଜାଲ କାଗଜପତ୍ର ବ୍ୟବହାର କରି ମଠରେ ୪୦ କୋଟିର ଠକେଇ କରାଯାଇଥିଲା ଏବଂ ମଠର ସମ୍ପତ୍ତି ବିନା ଅନୁମତିରେ ଭଡା ଦିଆଯାଇଥିଲା ।
Comments are closed.