Latest Odisha News

BREAKING NEWS

ସିଗନାଲ ଭାଙ୍ଗି ଷ୍ଟେସନ୍‌କୁ ପଶିଗଲା ଟ୍ରେନ୍

ଭୁବନେଶ୍ୱର: ହାଓଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ ରବିବାର ସନ୍ଧ୍ୟାରେ ସିଗନାଲକୁ ଟପିଯାଇଥିଲା। ଷ୍ଟେସନ ମାଷ୍ଟରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ମାର୍କୋଣା ରେଳ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇପରିଥିଲା।

ଏହାର ତଦନ୍ତ ପାଇଁ ଲୋକୋମୋଟିଭ୍ ପାଇଲଟ୍, ସହାୟକ ପାଇଲଟ୍ ଏବଂ ଗାର୍ଡଙ୍କୁ ଶତାବ୍ଦୀ ଏକ୍ସପ୍ରେସରୁ ଓହ୍ଲାଇ ଦିଆଯାଇଥିଲା। ତେବେ ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ୍ ପ୍ରାୟ ୧ ଘଣ୍ଟା ବିଳମ୍ବରେ ସୋରୋ ରେଳ ଷ୍ଟେସନରେ ସନ୍ଧ୍ୟା ୫.୩୬ରେ ପହଞ୍ଚିଥିଲା ଓ ସନ୍ଧ୍ୟା ୫.୪୬ ରେ ଷ୍ଟେସନ ଛାଡ଼ିବାକୁ ଥିଲା। ସେହି ସମୟରେ ହାଓଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍ ପାଇଁ କୌଣସି ଲାଇନ ନିର୍ଦ୍ଧାରିତ କରାଯାଇନଥିଲା। ଏହା ସତ୍ୱେ ମଧ୍ୟ ଟ୍ରେନ ଷ୍ଟେସନ ଅଞ୍ଚଳ ଆଡକୁ ଗତି କରିଥିଲା।

କୌଣସି ଅଘଟଣ ଏଡାଇବାକୁ ଯାଇ ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀକୁ ସୋରୋରେ ଅଟକାଯାଇଥିଲା। ହାଓଡ଼ା-ପୁରୀ ଶତାବ୍ଦୀକୁ ମାର୍କୋଣା ଷ୍ଟେସନରେ ନିୟନ୍ତ୍ରଣ କରାଯାଇଥିଲା। ପରେ ଲୋକୋ ପାଇଲଟଙ୍କୁ ପରିବର୍ତ୍ତନ କରାଯିବା ସହ ଟ୍ରେନଟି ସନ୍ଧ୍ୟା ୭.୨୫ ରେ ମାର୍କୋଣାରୁ ଛାଡ଼ିଥିଲା।

ଷ୍ଟେସନ ମାଷ୍ଟର ୟୁ ଏନ୍ ପଣ୍ଡା ଏହି ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ କରିଛନ୍ତି। ବରିଷ୍ଠ ରେଳ ଅଧିକାରୀମାନେ ପରିସ୍ଥିତିର ସମୀକ୍ଷା କରିବା ସହ କାର୍ଯ୍ୟକ୍ଷମ ପ୍ରୋଟୋକଲରେ ହୋଇଥିବା ତ୍ରୁଟିର ତଦନ୍ତ କରିବା ପାଇଁ ମାର୍କୋଣା ଷ୍ଟେସନରେ ଅଛନ୍ତି। ଏହି ଘଟଣା ପରେ ୨୦୨୩ରେ ଘଟିଥିବା ବାହାନାଗା ଟ୍ରେନ ଦୁର୍ଘଟଣା ବିଷୟରେ ମନେ ପଡିଯାଇଥିଲା। ଯେଉଁଥିରେ ୨୯୩ ଜଣ ମୃତ୍ୟୁ ବରଣ କରିଥିଲେ।

Comments are closed.