କରାଚୀ: ଏସିଆ କପରେ ଭାରତ ନିକଟରୁ ଫାଇନାଲରେ ହାରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ନିଜ ଦେଶର ଖେଳାଳିଙ୍କ ଉପରେ କଟକଣା ବଢ଼ାଇବାରେ ଲାଗିଛି । ଏବେ ବିଦେଶୀ ଟି୨୦ ଲିଗ ପାଇଁ ପିସିବି ଏନଓସି ଦେବାକୁ ମନା କରିଦେଇଛି । ଫଳରେ ସେମାନେ ଆଉ ବିଦେଶୀ ଲିଗରେ ଖେଳି ପାରିବେନି । କ୍ରିକଇନଫୋ ରିପୋର୍ଟ ମୁତାବକ ବୋର୍ଡର ଚିଫ ଅପରେଟିଂ ଅଫିସର ସୁମୈର ଅହମ୍ମଦ ସୟେଦ ସେପ୍ଟେମ୍ବର ୨୯ରେ ନୋଟିସ ପଠାଇ ଖେଳାଳିମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏନଓସି ବାତିଲ ହେବା ପରେ ୟୁଏଇରେ ହେବାକୁ ଥିବା ଆଇଏଲ ଟି୨୦ ଲିଗ ନିଲାମରେ ପାକିସ୍ତାନ ଖେଳାଳି ସାମିଲ ହୋଇପାରିବେ ନାହିଁ ।
ବାବର ଆଜମ, ଶାହୀନ ଶାହ ଆଫ୍ରିଦୀ, ମହମ୍ମଦ ରିଜୱାନ, ଫହୀମ ଅଶ୍ରଫ ଓ ଶାଦାବ ଖାଁଙ୍କର ବେଶୀ କ୍ଷତି ହେବ । ସେମାନେ ବିଗ ବ୍ୟାଶ ଲିଗ ମଧ୍ୟ ଖେଳି ପାରିବେନି । ମାସେ ତଳେ ପିସିବି କାନାଡାରେ ହେବାକୁ ଥିବା ଗ୍ଲୋବାଲ ଟି୨୦ ଲିଗ ପାଇଁ ମଧ୍ୟ ଏନଓସି ଦେବାକୁ ମନା କରି ଦେଇଥିଲା । ଏସିଆ କପର ହ୍ୟାଣ୍ଡଶେକ ବିବାଦ ପରେ ପାକିସ୍ତାନ ଟିମ ମ୍ୟାନେଜର ଉସମାନ ବାହାଲାଙ୍କୁ ପିସିବି ନିଲମ୍ବିତ କରିଦେଇଛି ।
Comments are closed.