ନୂଆଦିଲ୍ଲୀ: ଟାଇମ ପତ୍ରିକା ବିଶ୍ୱର ୧୦୦ ଉଦୀୟମାନ ତାରକାଙ୍କ ନାମ ଘୋଷଣା କରିଛି । ଏଥିରେ ୨୩ ବର୍ଷୀୟ କ୍ରିକେଟର ଯଶସ୍ୱୀ ଜୈସୱାଲ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି । ଯଶସ୍ୱୀ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଏହି ଖୁସୀ ଖବର ଶେୟାର କରିଛନ୍ତି । ଟାଇମ ପତ୍ରିକାରେ ସ୍ଥାନ ପାଇବା ନିଶ୍ଚିତ ଭାବେ ଗର୍ବର ବିଷୟ ବୋଲି ସେ କହିଛନ୍ତି । ଯଶସ୍ୱୀ ଏବେ ୱେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ବୁଧବାର ସେ ଅଭ୍ୟାସ ଶିବିରରେ ଯୋଗ ଦେଇ ପ୍ରାକ୍ଟିଶ କରିଥିଲେ । ଗୁରୁବାରଠାରୁ ଅହମ୍ମଦାବାଦରେ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ବିଶ୍ୱର ୫ଜଣ ଖେଳାଳିଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି ।
ଯଶସ୍ୱୀଙ୍କ ବ୍ୟତୀତ ଅନ୍ୟ ୪ଜଣ ଖେଳାଳି ହେଲେ ସ୍ପେନର ଫୁଟବଲର ଲ୍ୟାମିନ ୟାମାଲ, ଆମେରିକାର ବାସ୍କେଟବଲ ଖେଳାଳି ପ୍ୟାଗେ ବ୍ୟୁକର୍ସ, ଟେନିସ ଷ୍ଟାର ଟେଲର ଫ୍ରିଟଜ, ଥାଇଲାଣ୍ଡର ଗଲ୍ଫର ଜିନୋ ଥିତିକୁଲା । ୨୦୧୯ରୁ ଟାଇମ ୧୦୦ ନେକ୍ସଟ ଆରମ୍ଭ କରିଥିଲା । ସେ ସମୟରେ ଓଡିଶାର ଆନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦଙ୍କୁ ସ୍ଥାନ ମିଳିଥିଲା । ଏହା ପରେ ୨୦୨୨ରେ ମହିଳା କ୍ରିକେଟ ଟିମର ଅଧିନାୟିକା ହରମନପ୍ରୀତ କୌର ଏହି ତାଲିକାରେ ସ୍ଥାନ ପାଇଥିଲେ । ୨୦୨୫ର ପ୍ରଭାବଶାଳୀ ତାଲିକାରେ ପ୍ରଥମ ଥର ଭାରତର କେହି ସ୍ଥାନ ପାଇ ନାହାନ୍ତି । ୨୧ ବର୍ଷ ଇତିହାସରେ ଏହା ପ୍ରଥମ ଥର ହୋଇଛି ।
Comments are closed.