Latest Odisha News

BREAKING NEWS

ବହୁଚର୍ଚ୍ଚିତ ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା; ଆଉ ଜଣେ ଅଭିଯୁକ୍ତ ଗିରଫ

ବାଲେଶ୍ୱର: ବହୁଚର୍ଚ୍ଚିତ ପୋଲିସ ଏସ୍‌ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି ଘଟଣା । ଆଉ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ l ଗିରଫ ଅଭିଯୁକ୍ତ ହେଲେ ସଦର ବ୍ଲକ ଚାନ୍ଦିପୁର ଥାନା ତପସ୍ବୀ ଗ୍ରାମର ଯୁବକ ଚନ୍ଦନ ମଲ୍ଲିକ । ସେ ଜଣେ ଯୁବନେତା ଓ ସମାଜସେବୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ସୂଚନା ରହିଛି ।

ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରି କ୍ରାଇମବ୍ରାଞ୍ଚର ଏକ ଟିମ୍‌ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।

ସେପଟେ, ରାକେଟର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଫେରାର ଥିବାବେଳେ ତାଙ୍କର ସବୁ ଲିଙ୍କ୍‌ ଓ କେଳେଙ୍କାରୀର ପର୍ଦ୍ଦାଫାଶ କରିବାକୁ କ୍ରାଇମବ୍ରାଞ୍ଚ ଛାନଭିନ୍‌ ଚଳାଇଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ରବିବାର ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ନାବରା ଗ୍ରାମର ଅରବିନ୍ଦ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅରବିନ୍ଦ ମାଷ୍ଟରମାଇଣ୍ଡ ଶଙ୍କରଙ୍କର ସହଯୋଗୀ ତଥା ପଞ୍ଚମ ମଧ୍ୟସ୍ଥ ବୋଲି ଜଣାପଡିଛି ।

Comments are closed.