Latest Odisha News

BREAKING NEWS

ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ବର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ମହିଳା କମିଶନ ଅଧ୍ୟକ୍ଷାଙ୍କ ସମେତ ୩ ଜଣିଆ ଟିମ୍ ଦୁର୍ଗାପୁର ଗସ୍ତରେ ଗଲେ ।

ପୀଡ଼ିତା ଛାତ୍ରୀଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝିବୁ କହିଲେ ମହିଳା କମିଶନ ଅଧ୍ୟକ୍ଷା । ତଦନ୍ତର ଅଗ୍ରଗତି ନେଇ ପଶ୍ଚିମବଙ୍ଗ ଡିଜିପିଙ୍କ ସହ ଆଲୋଚନା କରିବୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୋଟ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ । ଏହି ଘଟଣାରେ ଆଜି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣଙ୍କୁ ଦୁର୍ଗାପୁର ଥାନାରେ ଅଟକ ରଖି ଜେରା ଚାଲିଛି ।

Comments are closed.