ପୁରୀ: ଧୋତି ପଞ୍ଜାବୀରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିହ୍ନ । କିଛି ଶ୍ରଦ୍ଧାଳୁ ପୁରୀ ଶ୍ରୀମନ୍ଦିର ନିକଟରେ ଜଗନ୍ନାଥଙ୍କ ଛବି ଥିବା ଧୋତି ପଞ୍ଜାବୀ ପିନ୍ଧି ବୁଲୁଥିବାର ଦେଖିବାକୁ ମିଳିଛି । ଯାହାକୁ ଦେଖି ସେବାୟତମାନେ ଘୋର ବିରୋଧ କରିଛନ୍ତି । ଏଥିସହ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ପ୍ରବେଶ କରିବାକୁ ବାରଣ କରାଯାଇଥିଲା ।
ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ପ୍ରତି ଅପମାନ ସୂଚକ ଧୋତି ପରିଧାନ କରୁଥିବାରୁ ଶ୍ରୀମନ୍ଦିରକୁ କିଛି ଶ୍ରଦ୍ଧାଳୁଙ୍କୁ ପ୍ରବେଶ କରାଇ ଦେଲେନି ଶ୍ରୀମନ୍ଦିର ସେବାୟତ । ଏହି ପୋଷାକ କାଢ଼ି ଅନ୍ୟ କପଡ଼ା ପିନ୍ଧି ମନ୍ଦିରକୁ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।
ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ‘ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଫଟୋ ପିନ୍ଧା ଧୋତି ରହିବା ଠିକ୍ ନୁହେଁ । ଏହି ଧୋତିର ଗୋଡ ପାଖରେ ମହାପ୍ରଭୁଙ୍କ ଚିତ୍ର ଥିବା ଦେଖିବାକୁ ମିଳିଛି । ଏହା ମହାପ୍ରଭୁଙ୍କ ପ୍ରତି କି ସମ୍ମାନ । ଭକ୍ତ ମାନେ ଶ୍ରୀମନ୍ଦିରକୁ ଆସିଲେ ପୋଷାକରେ ଶାଳୀନତା ରହିବା ଦରକାର । ନ ହେଲେ ଏହା ଭକ୍ତଙ୍କ ଭାବନାକୁ କୁଠାରଘାତ କରିବ ।
Comments are closed.