ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଅରୁଣ ଜେଟଲୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୭ ୱିକେଟରେ ଜିିତି ନେଇଛି । ଏଥିସହ ସିରିଜରେ କ୍ଲିନ ସୁଇପ କରିଛି । ତେବେ ଟିମ ଇଣ୍ଡିଆର ମୂଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତିି । ପିଚ ପେସ କିମ୍ବା ସ୍ପିନ ବୋଲର କାହା ପାଇଁ ଉପଯୁକ୍ତ ସାବ୍ୟସ୍ତ ହୋଇ ନ ଥିଲା । ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ୱିକେଟ ପାଇଁ କଡା ସଂଘର୍ଷ କରିଥିଲେ । ସେହିପରି ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦରଙ୍କ ପରି ସ୍ପିନରଙ୍କୁ ମଧ୍ୟ କୌଣସି ସୁଯୋଗ ମିଳି ନ ଥିଲା । ପିଚରେ ବେଗ ଓ ବାଉନ୍ସ କମ ରହୁଥିଲା ବୋଲି ଗମ୍ଭୀର କହିଛନ୍ତି ।
ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରେ ବଲ ବାଜିଥିଲେ ମଧ୍ୟ ଏହା ୱିକେଟକିପର ଓ ସ୍ଲିପ ନିକଟରେ ପଂହଚି ପାରୁ ନ ଥିଲା । ଏଥିରୁ ପିଚ କେତେ ଧୀମା ଥିଲା ତାହା ଆପଣ ଜାଣି ପାରୁଥିବେ । ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନଭେମ୍ବରରେ ପରବର୍ତୀ ଟେଷ୍ଟ ସିରିଜ ଖେଳିବ । ଟିମ ମ୍ୟାନେଜମେଂଟ ଏଠାରେ ପେସ ବୋଲରଙ୍କୁ ସୁହାଇବା ଭଳି ପିଚ ପ୍ରସ୍ତୁତ କରିବେ ବୋଲି ଆଶା କରାଯାଉଛି ।
Comments are closed.