Latest Odisha News

BREAKING NEWS

Online Delivery Comapny: ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି, ଫୁଡ୍ ଆପ୍ ନାଁରେ ଏତଲା

ପୁରୀ: ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି ଅଭିଯୋଗ। ଏକ ଫୁଡ୍ ଆପ୍ ନାଁରେ ସାଇବର ଥାନାରେ ଏତଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନର ନିର୍ଦ୍ଦେଶରେ ପୁରୀ ସାଇବର ଥାନାରେ ଏତଲା ହୋଇଛି। ଅନଲାଇନରେ ଅନ୍ନପ୍ରସାଦ ମିଳିବା ନେଇ ଏକ ବଡ଼ ଅନଲାଇନ ଖାଦ୍ୟ ଡେଲିଭରୀ କଂପାନୀ ପକ୍ଷରୁ ବିଜ୍ଞାପନ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆକ୍ସନ ନିଆଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କହିବା ଅନୁସାରେ, ଏଭଳି ବିକ୍ରି ପାଇଁ କୌଣସି ଅନୁମତି ଦିଆଯାଇନି। ତୁରନ୍ତ ଏ ବିଜ୍ଞାପନକୁ ଅପସାରଣ ପାଇଁ ଗୁରୁତ୍ବ ଦିଆଯାଉଥିବ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅନଲାଇନରେ ବିକ୍ରି କରି ଜଗନ୍ନାଥଙ୍କୁ ଅପମାନ କରାଯାଉଛି। ଅନ୍‌ଲାଇନ ବିକ୍ରି ପାଇଁ କୌଣସି ଅନୁମତି ଦିଆଯାଇନାହିଁ। କିଭଳି ଜଗନ୍ନାଥଙ୍କ ନାଁକୁ ବ୍ୟବହାର କରୁଛନ୍ତି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଅବଢ଼ା ବିଜ୍ଞାପନ ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି। ଏକ ଫୁଡ୍ ଆପ୍ଲିକେସନର ବିଜ୍ଞାପନ ହୋଇଥିଲା ଭାଇରାଲ୍। ମାତ୍ର ୪୯ ଟଙ୍କାରେ ଅବଢ଼ା ଉପଲବ୍ଧ ଥିବା ବିଜ୍ଞାପନରେ ଉଲ୍ଲେଖ ଥିଲା। ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଅନ୍ନପ୍ରସାଦ ବା ଅବଢା ଅନଲାଇନରେ ଯୋଗାଇ ଦେବାକୁ ବିଜ୍ଞାପନ ଦେଇଥିଲା ଏହି ସଂସ୍ଥା । କେବଳ ଅବଢ଼ା ନୁହେଁ ମାଆ ତାରିଣୀଙ୍କ ଅନ୍ନପ୍ରସାଦ, ବାବା ଆଖଣ୍ଡଳମଣିଙ୍କ ଅନ୍ନପ୍ରସାଦ ଓ ପ୍ରସାଦମ୍ ଟେମ୍ପୁଲ୍ ଅନ୍ନପ୍ରସାଦ ମାତ୍ର ୪୯ ଟଙ୍କାରେ ମିଳିବ ବୋଲି ଏହି ବିଜ୍ଞାପନରେ ଦର୍ଶାଯାଇଥିଲା। କାର୍ତ୍ତିକ ମାସ ପାଇଁ ଏହି ଅଫର ରଖିଛି ଏହି ଅନଲାଇନ ଖାଦ୍ୟ ଡେଲିଭରୀ ଆପ୍ । ତେବେ ମାମଲାରେ ଏନେଇ ସଂପୃକ୍ତ ଖାଦ୍ୟ ଡେଲିଭରୀ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Comments are closed.