Latest Odisha News

BREAKING NEWS

୧୭୦ ନକ୍ସଲଙ୍କ ଆତ୍ମସମର୍ପଣ ପ୍ରସ୍ତୁତି, ମୁଖ୍ୟମନ୍ତ୍ରୀଙ୍କ ଆଗରେ କରିବେ ସରେଣ୍ଡର

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ନକ୍ସଲ କରିବେ ଆତ୍ମସମର୍ପଣ। ଏନେଇ ପୋଲିସ ହେଇଛି ସଜବାଜ। ବଡ଼ ନକ୍ସଲଙ୍କ ଚାଲିଛି ଆତ୍ମସମର୍ପଣ ପ୍ରସ୍ତୁତି। ସେଣ୍ଟ୍ରାଲ କମିଟି ମେମ୍ବର ରୁପେଶ ନେତୃତ୍ବରେ ୧୭୦ ନକ୍ସଲ କରିବେ ଆତ୍ମସମର୍ପଣ। ଇନ୍ଦ୍ରାବତୀ ଡିଭିଜନ ଏବଂ ମାଡ୍ ଡିଭିଜନର ୧୫୦ରୁ ଉର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ ପାଇଁ ଇନ୍ଦ୍ରାବତୀ ନଦୀ ଡେଇଁ ଚାଲି ଚାଲି ବିଜାପୁର ପହଞ୍ଚୁଛନ୍ତି।

ଏହି ମାଓବାଦୀଙ୍କ ମଧ୍ୟରେ କୁଖ୍ୟାତ ‘ବୋମା ନିର୍ମାତା’ ତକ୍କାଲପାଲ୍ଲି ବାସୁଦେବ ରାଓ, ଓରଫ ରୂପେଶ (୫୯) ଅନ୍ୟତମ। ରୂପେଶ ୧୭୦ ଜଣଙ୍କ ନକ୍ସଲଙ୍କୁ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ବିଶୁ ଦେଓ ସାଇଙ୍କ ନିକଟରେ ଆନୁଷ୍ଠାନିକ ଭାବରେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି। ଏନେଇ ପୋଲିସ ଏବଂ ବିଏସଏଫ ତରଫରୁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି। ଛତିଶଗଡର ବିଜାପୁର ଜିଲ୍ଲାରେ ହେବାକୁ ଥିବା ଏହି ଆତ୍ମସମର୍ପଣ ଇତିହାସରେ ପ୍ରଥମ ବଡ ଆତ୍ମସମର୍ପଣ ହେବ। ପାଖାପାଖି ୧୦୦ରୁ ଉର୍ଦ୍ଧ୍ବ ବନ୍ଧୁକ ନେଇ ଏମାନେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପହଞ୍ଚିବାକୁ ଇନ୍ଦ୍ରାବତୀ ନଦୀ ତଟରେ ଏକତ୍ରିତ ହେଉଛନ୍ତି।

ତେବେ ସମସ୍ତ ନକ୍ସଲଙ୍କୁ ବସ ଯୋଗେ ଜଗଦଲପୁର ନିଆଯିବ ବୋଲି ଜଣାପଡିଛି। ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିବେ ବୋଲି ସୂଚନା ମିଳିଛି। ‘ମାଡ୍’ ଡିଭିଜନର ସକ୍ରିୟ ନେତା ହେଉଛନ୍ତି ରୁପେଶ। ରୂପେଶ ନାମରେ ସରକାର ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।

Comments are closed.