ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଟ୍ୟାକ୍ସିଂ କରୁଥିବା ସମୟରେ ଲାଗିଲା ନିଆଁ । ଦିମାପୁର ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ନିଆଁ ଲାଗିଯାଇଥିଲା । କ୍ୟାବିନ କ୍ରୁମାନେ ନିଆଁ ଲିଭାଇ ଦେଇଥିଲେ । ତେବେ ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇଥିବାର ସୂଚନା ମିଳିଛି । ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସୁରକ୍ଷିତ ଅଛନ୍ତି ।
ଇଣ୍ଡିଗୋ ଏୟାରଲାଇନ୍ସ ଏହି ଘଟଣା ବିଷୟରେ ସୂଚନା ଦେଇ ଏକ ବିବୃତ୍ତି ଜାରି କରିଛି । ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି ଯେ, ଅକ୍ଟୋବର ୧୯ ତାରିଖରେ ଦିଲ୍ଲୀରୁ ନାଗାଲାଣ୍ଡର ଦିମାପୁର ଯାଉଥିବା ବିମାନ ନମ୍ବର 6E 2107 ସିଟ୍ ପଛ କଭରରେ ରଖାଯାଇଥିବା ଜଣେ ଯାତ୍ରୀଙ୍କ ବ୍ୟକ୍ତିଗତ ଇଲେକ୍ଟ୍ରୋନିକ୍ ଡିଭାଇସରେ ନିଆଁ ଲାଗିଯିବାରୁ ଫେରି ଆସିଥିଲା । ବିମାନଟି ବିମାନବନ୍ଦରରେ ଟ୍ୟାକ୍ସିଂ କରୁଥିବା ସମୟରେ ପାୱାର ବ୍ୟାଙ୍କରେ ନିଆଁ ଲାଗିଯାଇଥିଲା । କର୍ମଚାରୀମାନେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଅନୁସରଣ କରି ଶୀଘ୍ର ଏବଂ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ କିଛି ସେକେଣ୍ଡ ମଧ୍ୟରେ ଘଟଣାଟି ନିୟନ୍ତ୍ରଣକୁ ଆସିଥିଲା ।
ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ବିମାନଟି ଗନ୍ତବ୍ୟସ୍ଥଳରେ ପହଞ୍ଚିଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଯାତ୍ରୀମାନଙ୍କୁ ବିମାନରେ ଯାତ୍ରା ସମୟରେ ସତର୍କତାର ସହିତ ସେମାନଙ୍କର ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।
Comments are closed.