ନୂଆଦିଲ୍ଲୀ: ଏସିଆ କପ ୨୦୨୫ରେ ଭାରତ ଟାଇଟଲ ହାସଲ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟ୍ରଫି ଧରିପାରି ନାହିଁ । ବିସିସିଆଇ ଏବେ ଏସିସିକୁ ନେଇ ପତ୍ର ଲେଖିଛି । ଏଥିରେ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଓ ଏସିସି ସଭାପତି ମୋହସିନ ନକଭି ଭାରତକୁ ଟ୍ରଫି ହସ୍ତାନର କରନ୍ତୁ ବୋଲି ଉଲ୍ଲେଖ କରାଯାଇଛି । ନକଭି ତାଙ୍କ ଜିଦରୁ ଓହରିବା ନାମ ଧରୁ ନାହାନ୍ତି । ସେ କହିଛନ୍ତି ବିସିସିଆଇ ଜଣେ ଖେଳାଳିଙ୍କୁ ତାଙ୍କ ପାଖକୁ ପଠାଇ ଟ୍ରଫି ନେଉଯାଉ । ଏସିଆ କପ ଟ୍ରଫି ଭାରତୀୟ ଦଳର କିନ୍ତୁ ବିସିସିଆଇ କର୍ମକର୍ତା ଓ ଖେଳାଳି ଆସି ଏସିସି ସଭାପତିଙ୍କଠାରୁ ହା ଗ୍ରହଣ କରନ୍ତୁ ।
କ୍ରିକେଟକୁ ନେଇ ରାଜନୀତି କରିବା ଠିକ କଥା ନୁହେଁ ବୋଲି ସେ ଲେଖିଛନ୍ତି । ଭାରତ ଏସିଆ କପ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା । ଭାରତୀୟ ଖେଳାଳି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ଯୋଗୁ ନକଭିଙ୍କ ନିକଟରୁ ଟ୍ରଫି ନେବାକୁ ମନା କରିଥିଲେ । ପରେ ନକଭି ଟ୍ରଫି ନେଇ ପଳାଇ ଯାଇଥିଲେ । ଏବେ ଏହା ଏସିସି ଅଫିସରେ ରହିଛି ।
Comments are closed.