Latest Odisha News

BREAKING NEWS

ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହାରିଲା ଟିମ ଇଣ୍ଡିଆ, ସିରିଜ ହାତେଇଲା ଅଷ୍ଟ୍ରେଲିଆ

ଆଡିଲେଡ: ଏଠାରେ ଅନୁଷ୍ଠିତ ରୋମାଂଚକର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୨ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହି ଅଷ୍ଟ୍ରେଲିଆ ଆଗୁଆ ସିରିଜ ଜିତିନେଇଛି । ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ ହରାଇ ୨୬୪ ରନ କରିଥିଲା । ରୋହିତ ଶର୍ମା ଦଳ ପକ୍ଷରୁ ସର୍ବାଧିକ ୭୩ ରନ କରିଥିଲେ । ଶ୍ରେୟାଶ ଆୟାର ୬୧ ରନର ଇନିଂସ ଖେଳିଥିଲେ । ବିରାଟ କୋହଲି କ୍ରମାଗତ ଦ୍ୱିତୀୟ ଥର ପାଇଁ ଶୂନରେ ଆଉଟ ହୋଇଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ଅଷ୍ଟ୍ରେଲିଆ ଆଡାମ ଜାମ୍ପା ସର୍ବାଧିକ ୪ଟି ୱିକେଟ ନେଇଥିଲେ ।

ଜବାବରେ ଅଷ୍ଟ୍ରେଲିଆ ୪୬.୨ ଓଭରରେ ୮ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ମାଥ୍ୟୁ ଶର୍ଟ ମ୍ୟାଚ ବିଜୟୀ ୭୪ ରନର ଇନିଂସ ଖେଳିଥିଲେ । କୂପର କୋନାଲୀ ୬୧ ରନ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ, ୱାଶିଂଟନ ସୁନ୍ଦର ଓ ହର୍ଷିତ ରାଣା ୨ଟି ଲେଖାଏଁ ୱିକେଟ ନେଇଥିଲେ । ସିଡନୀ ସିରିଜର ତୃତୀୟ ତଥା ଅନ୍ତିମ ଦିିନିକିଆ ମ୍ୟାଚ ଅକ୍ଟୋବର ୨୫ରେ ଖେଳାଯିବ । ଏହି ମ୍ୟାଚରେ କୋହଲି ଆଉଟ ହେବା ପରେ ଆଡିଲେଡର ଦର୍ଶକମାନଙ୍କୁ ଅଭିନନ୍ଦନ କରିଥିଲେ । ସେ ପରୋକ୍ଷରେ ଆଡିଲେଡରେ ଏହା ତାଙ୍କର ଶେଷ ମ୍ୟାଚ ଥିଲା ବୋଲି ସଙ୍କେତ ଦେଇଛନ୍ତି ।

Comments are closed.