Cyclone Montha:’ଓଡ଼ିଶା ଉପରେ ଆଉ ‘ମୋନ୍ଥା’ର ବିଶେଷ ପ୍ରଭାବ ନାହିଁ’; କିନ୍ତୁ ଏହି ଜିଲ୍ଲାରେ ୫୫ କିମି ପ୍ରତି ଘଣ୍ଟା…
ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ‘ମୋନ୍ଥା’କୁ ନେଇ ଦେଲେ ବଡ ସୂଚନା । ସେ କହିଛନ୍ତି,୧୫ କିମି ପ୍ରତିଘଣ୍ଟାରେ ଗତି କରୁଛି ବାତ୍ୟା ‘ମୋନ୍ଥା’ । ରାଜ୍ୟରେ ବିଶେଷ ପ୍ରଭାବ ନାହିଁ । ଆସନ୍ତା ୩ ଘଣ୍ଟାରେ ‘ମୋନ୍ଥା’ ଗଭୀର ଅବପାତରେ ପରିଣତ ହେବ । ଓ ତାର ୬ ଘଣ୍ଟା ପରେ ଏହା ଅବପାତରେ ପରିଣତ ହେବ ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁସାରେ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, ରାୟଗଡ଼ା, ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପବନର ଗତି ୪୫-୫୫ କିମି ପ୍ରତି ଘଣ୍ଟା ଓ ଝଟକା ପବନର ବେଗ ୬୫ କିଲୋମିଟର ପ୍ରତି ଘଣ୍ଟା ରହିବ। ନବରଙ୍ଗପୁର, କଳାହାଣ୍ଡି, ଗଜପତି, ରାୟଗଡ଼ା ୩୫-୪୫ କିମି ପ୍ରତି ଘଣ୍ଟା ପବନର ବେଗ ରହିବ ଓ ଝଟକା ପବନ ୫୫ କିମି ପ୍ରତିଘଣ୍ଟା ରହିବ ।
ପାଣିପାଗ ବିଭାଗର ଆକଳନ ଅନୁସାରେ ସନ୍ଧ୍ୟା ୭ ରୁ ରାତି ୧ ପର୍ଯ୍ୟନ୍ତ ଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ସର୍ବାଧିକ ବର୍ଷା ମୟୁରଭଞ୍ଜରେ ରେକର୍ଡ କରାଯାଇଛି । ମୟୁରଭଞ୍ଜରେ ୧୦୫ ମିମ ବର୍ଷା ରେକର୍ଡ କରାଯାଇଛି । ଏହାପଛକୁ ବାଲେଶ୍ୱରରେ ୯୩.୮ ମିମି, ଚାନ୍ଦବାଲିରେ ୭୪.୪, ଖୋର୍ଦ୍ଧାରେ ୯୮ ମିମି ରେକର୍ଡ କରାଯାଇଛି ।
ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ଆଜି ବର୍ଷା ହୋଇପାରେ ଏଥିପାଇଁ ସତର୍କ କରାଯାଇଛି । ଆଜି ମଧ୍ୟ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ବାରଣ । ଟ୍ଵିନ ସିଟିରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।
Comments are closed.