ବ୍ରହ୍ମପୁର: ଓଡିଶା ପୋଲିସ ନିଯୁକ୍ତି ବୋର୍ଡ୍ ଦ୍ୱାରା ଆୟୋଜିତ ସବ୍-ଇନ୍ସପେକ୍ଟର୍ ପରୀକ୍ଷା ଜାଲିଆତି ମାମଲାରେ ୧୧୪ ଜଣଙ୍କୁ ମିଳିଲା ଜାମିନ । ଏହି ମାମଲାରେ ୧୨୩ ଜଣଙ୍କୁ ଗିରଫ କରାଯାଇଥିଲା ।
ସୂଚନାଥାଉକି, ୫୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ସର୍ତ୍ତରେ ଜାମିନ ଦିଆଯାଇଛି । ଏ ନେଇ ହାଇକୋର୍ଟ ଓକିଲ ବିରଞ୍ଚି ନାରାୟଣ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି ।
୧୧୪ ଜଣ ପରୀକ୍ଷାର୍ଥିଙ୍କ ପାଇ ୪୦ରୁ ଉର୍ଦ୍ଧ୍ବ ଓକିଲ ଜାମିନ ଆବେଦନ କରିଥିଲେ। ତେବେ ମାଷ୍ଟର ମାଇଣ୍ଡ ମୁନା ମହାନ୍ତିଙ୍କ ସମେତ ୯ ଜଣଙ୍କୁ ଜାମିନ ମିଳିନାହିଁ ।
ସୂଚନାଥାଉକି, ଓଡ଼ିଶାରୁ ବିଜୟୱାଡା ଯିବାବେଳେ ସମସ୍ତଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ । ଏମାନେ ଟଙ୍କା ଦେଇ ଚାକିରି କରିବା ଯୋଜନାରେ ଥିଲେ। ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା।
Comments are closed.