Latest Odisha News

BREAKING NEWS

ଉଡ଼ାଣ ପୂର୍ବରୁ ଷ୍ଟାର୍ ଏୟାରର ବିମାନରେ ଯାନ୍ତ୍ରିକ ତ୍ରୁଟି, ଝାରସୁଗୁଡା ବିମାନ ବନ୍ଦରରେ କଲା ଏମରଜନ୍ସି ଲାଣ୍ଡିଂ…

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଉଡ଼ାଣ ଭରିବା ପୂର୍ବରୁ ଟଳିଲା ବଡ଼ ଦୁର୍ଘଟଣା । ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ବର ବିମାନ ବନ୍ଦର ଅଭିମୁଖେ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଷ୍ଟାର୍ ଏୟାରର ବିମାନ ଏସ୍ -୫୨୨୯ରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି ।

ସୂଚନା ମୁତାବକ, ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଉପେନ୍ଦ୍ର ନାଥ ଧୌଣ୍ଡିଆଙ୍କ ସୂଚନାକ୍ରମେ, ଷ୍ଟାର୍ ଏୟାରର ବିମାନ ଏସ୍ -୫୨୨୯ ଅକ୍ଟୋବର ୩୧ ତାରିଖ ଶୁକ୍ରବାର ଲକ୍ଷ୍ନୌ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ କିଛି ତ୍ରୁଟି ଅନୁଭବ ହେବା ଯୋଗୁଁ ତୁରନ୍ତ ଝାରସୁଗୁଡ଼ା ବିମାନବନ୍ଦରରେ ବିମାନକୁ ଅବତରଣ କରାଯାଇଥିଲା ।

ବିମାନରେ ୭୦ଜଣ ଯାତ୍ରୀ ରହିଥିବା ବେଳେ ଭୁବନେଶ୍ବର ଅଭିମୁଖେ ଉଡ଼ାଣ ଭରୁଥିଲା । ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ପରେ ଟେକ୍ ନିସିଆନ୍ ଓ ଇଞ୍ଜିନିୟର ଆସି ଯାଞ୍ଚ କରିଥିଲେ । ଯାଞ୍ଚ ପରେ ପ୍ରୋପେଲରରେ ତ୍ରୁଟି ସାମ୍ନାକୁ ଆସିଥିଲା । ତେବେ ଲକ୍ଷ୍ନୌରୁ ଝାରସୁଗୁଡ଼ା ଆସିବା ବେଳେ ମଝି ଆକାଶରେ କୌଣସି ପକ୍ଷୀ ପ୍ରୋପେଲରରେ ମାଡ଼ ହୋଇଥିବା ନେଇ ଇଞ୍ଜିନିୟରମାନେ ଆଶଙ୍କା କରୁଛନ୍ତି । ଯାତ୍ରୀ ମାନଙ୍କୁ କୌଣସି ଅସୁବିଧା ଯେମିତି ନ ହୁଏ ସେଥିପାଇଁ ଏୟାରଲାଇନ ତରଫରୁ ସୁବିଧା ଯୋଗାଇ ଦିଆଯାଇଛି ବୋଲି ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି ।

Comments are closed.