Latest Odisha News

BREAKING NEWS

Women’s World Cup: ମହିଳା ବିଶ୍ୱକପ କ୍ରିକେଟ: ଚମକିଲେ ଦୀପ୍ତି, ଭାରତ ପ୍ରଥମ ଥର ବିଶ୍ୱ ଚାମ୍ପିୟନ

ମୁମ୍ବାଇ: ଏଠାରେ ଅନୁଷ୍ଠିତ ମହିଳା ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ୫୨ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ଏଥିସହ ଭାରତୀୟ ମହିଳା କ୍ରିକେଟର ଏକ ସ୍ମରଣୀୟ ଅଧ୍ୟାୟ ଆରମ୍ଭ କରିଛି । ଲୌରା ଭଲଭର୍ଟ ଆକର୍ଷଶଣୀୟ ଶତକ ହାସଲ କରିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା ।

ସେ ୧୦୧ ରନ କରିଥିବା ବେଳେ ଆନରେୀ ଡ୍ରେକସନ(୩୫)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସହଯୋଗ କରି ନ ଥିଲେ । ଦୀପ୍ତି ଶର୍ମା ଭାରତ ପକ୍ଷରୁ ସଫଳ ବୋଲର ଭାବେ ୫ଟି ୱିକେଟ ଅକ୍ତିଆର କରି ମ୍ୟାଚ ହାତମୁଠାକୁ ଆଣିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶେଫାଳୀ ବର୍ମା ୨ଟି ଓ ଶ୍ରୀଚରଣ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

 

ପୂର୍ବରୁ ଭାରତ ୨ ଥର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ହାସଲ କରିପାରି ନ ଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ବିନିମୟରେ ୨୯୮ ରନ କରିଥିଲା । ସ୍ମୃତି ମାନ୍ଧନା ୪୫, ଶେଫାଳୀ ବର୍ମା ୮୭, ଜେମିମା ରୋଡ୍ରିଗ୍ୟୁଜ ୨୪, ହରମନପ୍ରୀତ କୌର ୨୦, ଦୀପ୍ତି ଶର୍ମା ୫୮ ଓ ରିଚା ଘୋଷ ୩୪ ରନର ଇନିଂସ ଖେଳିଥିଲେ । ଆୟବୋଙ୍ଗା ଖାଖା ୩ଟି ୱିକେଟ ଅକ୍ତିଆର କରିଥିଲେ ।

Comments are closed.