କଟକ:ଆନ୍ଧ୍ରପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚରେ ଇନିଂସ ପରାଜୟ ଏଡାଇବା ପାଇଁ ଓଡିଶାର ସଂଘର୍ଷ ଜାରୀ ରହିଛି । ଆନ୍ଧ୍ରପ୍ରଦେଶ ପ୍ରଥମ ଇନିଂସରେ ୭ ୱିକେଟ ବିନିମୟରେ ୪୭୫ ରନ କରିବା ପରେ ଇନିଂସ ଘୋଷଣା କରିଥିଲା । ଏହାର ଜବାବରେ ଓଡିଶା ଘରୋଇ ପିଚରେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ପ୍ରଥମ ଇନିଂସରେ ୧୫୧ ରନ କରି ଅଲଆଉଟ ହୋଇ ଯାଇଥିଲା । ସନ୍ଦୀପ ପଟ୍ଟନାୟକ ୫୮ ଓ ଗୌରବ ଚୌଧୁରୀ ୪୮ ରନ କରିଥିଲେ । ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ଆନ୍ଧ୍ର ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ତ୍ରିପୁରାନ ବିଜୟ, କେ.ସାଇତେଜା ଓ ସୌରଭ କୁମାର ୩ଟି ଲେଖାଏଁ ୱିକେଟ ନେଇଥିଲେ ।
ଆନ୍ଧ୍ର ସ୍କୋରଠାରୁ ୩୨୪ ରନ ପଛରେ ରହିବା ଯୋଗୁ ଓଡିଶାକୁ ଫଲୋଅନ ହୋଇଥିଲା । ଦ୍ୱିତୀୟ ଇନିଂସରେ ଓଡିଶା ଅବଶ୍ୟ ଭଲ ପ୍ରଦର୍ଶନ କରିଛି । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଓଡିଶା ୨ ୱିକେଟ ହରାଇ ୧୯୦ ରନ ସଂଗ୍ରହ କରି ନେଇଛି । ସ୍ୱସ୍ତିକ ସାମଲ ୩୬ ଓ ସନ୍ଦୀପ ପଟ୍ଟନାୟକ ୬୩ ରନ କରି ଆଉଟ ହୋଇଥିବା ବେଳେ ଗୌରବ ଚୌଧୂରୀ ୭୯ ଓ ଗୋବିନ୍ଦ ପୋଦ୍ଦାର ୪ ରନ କରି ଅପରାଜିତ ଅଛନ୍ତି । ସୌରଭ କୁମାର ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ମଙ୍ଗଳବାର ମ୍ୟାଚର ଅନ୍ତିମ ଦିବସ ।
Comments are closed.