Latest Odisha News

BREAKING NEWS

ଚେନ୍ନାଇ ସୁପର କିଙ୍ଗସରେ ହୋଇପାରେ ସଞ୍ଜୁଙ୍କ ଏଂଟ୍ରି

ନୂଆଦିଲ୍ଲୀ: ଆଇପିଏଲର ଆଗାମୀ ସିଜନରେ ସଞ୍ଜୁ ସାମସନ ନୂଆ ଟିମକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ସାମସନଙ୍କୁ ନେଇ ରାଜସ୍ଥାନ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଲୋଚନା ଚାଲିଥିଲେ ମଧ୍ୟ ଏବେ ଏଥିରେ ସିଏସକେର ଏଂଟ୍ରି ହୋଇଛି । କ୍ରିକବିଜ ରିପୋର୍ଟ ଅନୁସାରେ ରାଜସ୍ଥାନ ଓ ଚେନ୍ନାଇ ଟ୍ରେଡ ଡିଲ କରିବା ପାଇଁ ରାଜି ହୋଇଛନ୍ତି । ପୂର୍ବରୁ ରାଜସ୍ଥାନ ତାଙ୍କ ଅଧିନାୟକ ବଦଳରେ ଚେନ୍ନାଇର ରବୀନ୍ଦ୍ର ଜାଡେଜାଙ୍କୁ ନେବା ପାଇଁ ଦାବୀ କରିଥିଲା । ଚେନ୍ନାଇ ଏହାକୁ ଖାରଜ କରି ଦେଇଥିଲା ।

ରାଜସ୍ଥାନର ମାଲିକ ମନୋଜ ବଦାଲେ ବ୍ରିଟେନରୁ ଭାରତ ଆସିବା ପରେ ଅନ୍ୟ ଟିମ ସହିତ ଟ୍ରେଡ ନେଇ ଆଲୋଚନା ଆରମ୍ଭ କରିଛନ୍ତି । ଦିଲ୍ଲୀ ଓ ରାଜସ୍ଥାନ ମଧ୍ୟରେ ଟ୍ରିଷ୍ଟନ ଷ୍ଟବ୍ସ ଓ ସଞ୍ଜୁଙ୍କ ମଧ୍ୟରେ ଅଦଳ ବଦଳ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ସେହିପରି ଚେନ୍ନାଇ ତାଙ୍କର ଏକ ବଡ ଖେଳାଳି ବଦଳରେ ସଞ୍ଜୁଙ୍କୁ ନେବା ପାଇଁ ରାଜି ହୋଇଛି । ଖେଳାଳିଙ୍କ ନାମ ଘୋଷଣା କରାଯାଇ ନାହିଁ । ଆଇପିଏଲ ଟ୍ରେଡ ନିୟମ ଅନୁସାରେ ଉଭୟ ଖେଳାଳି ସହମତ ହେଲେ ଏହା ଲାଗୁ ହୋଇପାରିବ ।

Comments are closed.