Latest Odisha News

BREAKING NEWS

ଅବସର ନିଷ୍ପତିରୁ ଓହରିଲେ, ଏବେ ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ: ଖେଳାଳି ଖେଳ ଛାଡିଦେଇଥାଏ, ମାତ୍ର ଖେଳିବା ଭୁଲି ନ ଥାଏ । ଏହାର ଜ୍ୱଳନ୍ତ ଉଦାହରଣ ହେଲେ ଦକ୍ଷିଣ ଆଫ୍ରିକାର କ୍ୱିଂଟନ ଡିକକ । ସେ ଅବସର ନେବାର ୨ ବର୍ଷ ପରେ ପୂନର୍ବାର ଦିନିକିଆ କ୍ରିକେଟ ଖେଳିବା ପାଇଁ ମନ ବଳାଇଥିଲେ । ଏବେ ପାକିସ୍ତାନ ବିପକ୍ଷ ସିରିଜରେ ସେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଏହି ସିରଜରେ ଦକ୍ଷିଣ ଆଫ୍ରିକା ୧-୨ରେ ପରାଜିତ ହୋଇଛି । ଡିକକ ୩ଟି ମ୍ୟାଚରେ ୨୩୯ ରନ ସଂଗ୍ରହ କରିଛନ୍ତି । ଏଥିରେ ୧ ଶତକ ଓ ୨ ଅର୍ଦ୍ଧଶତକ ସାମିଲ । ସିରିଜରେ ସେ ଓଭରାଲ ୨୦ ଚୌକା ଓ ୧୦ ଚୌକା ମାରିଥିଲେ ।

ସେ ମ୍ୟାନ ଅଫ ସିରିଜ ହେବା ସହ ଭାରତର ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହୋଇଥିଲେ । ୱିକେଟକିପର ବ୍ୟାଟ୍ସମ୍ୟାନ ଭାବେ ସେ ୭ ଥର ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି । ଆଉ ଥରେ ଏହି ସଫଳତା ହାସଲ କଲେ ତାଙ୍କ ନାମରେ ବିଶ୍ୱରେକର୍ଡ ରହିବ । ଧୋନୀ ୩୫୦ ମ୍ୟାଚରେ ଏହି କୀର୍ତିମାନ ସ୍ଥାପନ କରିଥିବା ବେଳେ ଡିକକ ମାତ୍ର ୧୫୯ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିନେଇଛନ୍ତି । ୨୦୨୩ ବିଶ୍ୱକପ ପରେ ଡିକକ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଦକ୍ଷିଣ ଆଫ୍ରିକା ଟାଇଟଲ ହାସଲ କରିପାରି ନ ଥିବାରୁ ସେ ନିରାଶ ଅବସର ନେଇଥିଲେ ବୋଲି ପରେ କହିଥିଲେ । ଏବେ ସେ ପୂନର୍ବାର ଦିନିକିଆ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

Comments are closed.