କଟକ:କଟକ ମଣିସାହୁ ଛକରେ ଘଟିଥିବା ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏକ ପୁରୁଣା କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ି ଗୋଟିଏ ପରିବାରର ୩ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଇଛି । କଟକ ମଣିସାହୁ ଛକରେ କୋଠାଭାଙ୍ଗି ୩ ମୃତ୍ୟୁ ଘଟଣାରେ ରିପୋର୍ଟ ମାଗିଲେ ଜିଲ୍ଲାପାଳ ।
୨୪ ଘଣ୍ଟାରେ ଘଟଣାର ରିପୋର୍ଟ ଦେବାକୁ କଟକ ମହାନଗର ନିଗମ ଆୟୁକ୍ତ ଓ କଟକ ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଟିମ୍ ଗଠନ ହୋଇଛି । ବେଆଇନ୍ ନିର୍ମାଣାର ତଥ୍ୟ ଦେବାକୁ ଯାଇ କହିଛନ୍ତି ଯେ ଏହାର ତଦନ୍ତ କରାଯିବ ଓ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅସୁରକ୍ଷିତ ବିଲ୍ଟିଂ ଭଙ୍ଗା ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ଅପରାହ୍ଣ ୪ଟା ୪୫ରେ ମଣିସାହୁ ଛକ ନିକଟରେ ଥିବା ଏକ ଆପାଟ୍ମେଣ୍ଟର ଅଂଶବିଶେଷ ଭୁଶୁଡ଼ିଥିଲା। ଭୁଶୁଡ଼ିଥିବା ଛାତର ଅଂଶବିଶେଷ ନିକଟରେ ଥିବା ବସ୍ତିର ଘର ଉପରେ ପଡ଼ିଥିଲା। ସେଠାରେ ଏକ ପରିବାର ରହୁଥିଲେ। ଗୋଟିଏ ପରିବାରର ୫ଜଣଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନା ନିଆଯାଇଥିଲା। ସେଠାରେ ବାପା, ପୁଅ ଓ ୫ ବର୍ଷର ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
Comments are closed.