କେନ୍ଦ୍ରାପଡ଼ା: ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରୁ ମରା ହେଉଥିଲା ବେଆଇନ ମାଛ । ତେବେ ଅଭୟାରଣ୍ୟରେ ବନ ବିଭାଗର ପାଟ୍ରୋଲିଂ ଟିମ୍ ହାତରେ ଧରା ପଡ଼ିଲା ମାଛ ଟ୍ରଲର । ଉକ୍ତ ଟ୍ରଲର ଜବତ କରାଯିବା ସହ ୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନ ବିଭାଗ । ଟ୍ରଲରର ନାଁ ଡେଜ୍ ।
ଅଭୟାରଣ୍ୟର ୧୦ କିଲୋମିଟର ଦୂରରେ ଥିବା ଡେଜ୍ ନାମକ ଏକ ଟ୍ରଲରରୁ ଫିସ୍ ଫାଇଣ୍ଡର, ଭିଏଚଏଫ ଓ ୩୦ କୁଇଣ୍ଟାଲ ମାଛକୁ ଜବତ କରିଛି ବନ ବିଭାଗ ।
ଗିରଫ ପରେ ସମସ୍ତ ମତ୍ସ୍ୟଜୀବୀଙ୍କୁ କେନ୍ଦ୍ରାପଡ଼ା ସିଜେଏମ କୋର୍ଟରେ ହାଜର କରାଯାଇଥିଲା । ତେବେ ଜାମିନ ନାମଞ୍ଜୁର ହୋଇଛି ଓ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
Comments are closed.