ରାୟପୁର: ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାରେ ଶନିବାର ଅପରାହ୍ନରେ ଏକ ଆଇଇଡି ବିସ୍ଫୋରଣ ଘଟିଥିଲା। ଏହି ଆକ୍ରମଣରେ ଜଣେ ସିଆରପିଏଫ ଯବାନ ଆହତ ହୋଇଥିଲେ ଏବଂ ତାଙ୍କୁ ଏୟାରଲିଫ୍ଟ କରାଯାଇ ରାୟପୁର ନିଆଯାଇଛି। ଆହତ ଯବାନଙ୍କ ରାୟପୁରରେ ଚିକିତ୍ସା ଚାଲିଛି।
ସୁକମା ଜିଲ୍ଲାର ଫୁଲବାଗଡି ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଆଇଇଡି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଏରିଆ ଡମିନେସନ୍ ଡ୍ୟୁଟିରେ ଥିବା ଜଣେ ଯବାନ ଆହତ ହୋଇଛନ୍ତି। ଯବାନ ଜଣକ ସିଆରପିଏଫର ୭୪ତମ ବାଟାଲିୟନର କେ୯ ଡଗ୍ ସ୍କ୍ୱାଡ ଟିମର । ସେ ଜଣେ ଡଗ୍ ହ୍ୟାଣ୍ଡଲର ଭାବରେ ନିଯୁକ୍ତ ହୋଇଛନ୍ତି । ଯବାନଙ୍କ ନାମ ଫିରୋଜ ଖାନ। ତାଙ୍କ ବାମ ଗୋଡ ଏବଂ ବୁଢ଼ା ଆଙ୍ଗୁଠିରେ ଗଭୀର ଆଘାତ ଲାଗିଛି।
ଏହି ଘଟଣା ପରେ ଫୁଲବଗଡି ପୋଲିସ ଷ୍ଟେସନ ଏବଂ ସିଆରପିଏଫର ମିଳିତ ବାହିନୀ ଆଖପାଖ ଜଙ୍ଗଲ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରିଛନ୍ତି। ଏହି ଅଞ୍ଚଳ ଦୀର୍ଘଦିନ ଧରି ନକ୍ସଲ କାର୍ଯ୍ୟକଳାପର ସ୍ଥାନ ପାଲଟିଛି, ପୂର୍ବରୁ ଏଠାରେ ଅନେକ IED ବିସ୍ଫୋରଣ ଏବଂ ନକ୍ସଲ ଆକ୍ରମଣ ହୋଇଛି। ସୁକମା ପୋଲିସ ଅଧିକ୍ଷକ କିରଣ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି।
Comments are closed.