ଟୋକିଓ:ରବିବାର ସନ୍ଧ୍ୟାରେ ଉତ୍ତର ଜାପାନରେ ୬.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ସଂସ୍ଥା ଅନୁଯାୟୀ, ଭୂମିକମ୍ପ ପରେ ସୁନାମୀ ଚେତାବନୀ ଜାରି କରାଯାଇଛି। ସଂସ୍ଥା କହିଛି ଯେ ଭୂମିକମ୍ପଟି ଇୱାଟେ ପ୍ରଦେଶର ଉପକୂଳରେ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଆସିଥିଲା।
ଭୂମିକମ୍ପ ପରେ ତୁରନ୍ତ, ଏଜେନ୍ସି ସତର୍କ କରାଇ ଦେଇଥିଲା ଯେ ୧ ମିଟର (୩ ଫୁଟ) ଉଚ୍ଚ ସୁନାମି ଲହରୀ ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳକୁ ଆସିପାରେ । ଭୂମିକମ୍ପ ହେବା ପରେ ଏହି ସତର୍କତା ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା।
ଜାପାନର ସାର୍ବଜନୀନ ପ୍ରସାରକ NHK ଲୋକମାନଙ୍କୁ ଉପକୂଳ ଅଞ୍ଚଳରୁ ଦୂରେଇ ରହିବାକୁ ଅନୁରୋଧ କରିଛି, କାରଣ ସୁନାମି ଲହରୀ ଯେକୌଣସି ସମୟରେ ଆସିପାରେ। NHK ଏହା ମଧ୍ୟ ସତର୍କ କରାଇ ଦେଇଛି ଯେ ଏହି ଅଞ୍ଚଳରେ ଆହୁରି ଭୂମିକମ୍ପ ଆସିପାରେ।
NHK ରିପୋର୍ଟ ଅନୁଯାୟୀ, ଇୱାଟେ ପ୍ରଦେଶର ଓଫୁନାଟୋ ସହର ଏବଂ ଓମିନାଟୋ ବନ୍ଦରରେ ପ୍ରାୟ ୧୦ ସେଣ୍ଟିମିଟର (୪ ଇଞ୍ଚ) ଉଚ୍ଚ ସୁନାମି ତରଙ୍ଗ ରେକର୍ଡ କରାଯାଇଛି।
Comments are closed.