ରାଉରକେଲା:ପୋଲିସର ଏନକାଉଣ୍ଟରରେ ୩ ଅଭିଯୁକ୍ତ ଆହତ । ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଲହୁଣୀପଡ଼ା ଓ ଲାଠିକଟା ନିକଟରେ ୩ ଅପରାଧୀଙ୍କୁ ଏନ୍କାଉଣ୍ଟର ହୋଇଥିବା ସୂଚନା ରହିଛି । କୋଇଡ଼ା ଓ ବିଭିନ୍ନ ଖଣି ଅଞ୍ଚଳ ଡକାୟତି ଘଟଣାରେ ସଂପୃକ୍ତି ରହିଥିବା ସୂଚନା ରହିଛି ।
ଡକାୟତମାନଙ୍କୁ ଧରିବାକୁ ପୋଲସ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ପୋଲିସ ମଧ୍ୟ ପାଲଟା ଗୁଳିମାଡ କରିଥିଲା । ଡକାୟତି ଗ୍ୟାଙ୍ଗର ଅନ୍ୟ ୫ ଗିରଫ ହୋଇଛନ୍ତି । ୩ଟି ପିସ୍ତଲ୍ ଓ ଗୋଟିଏ ବାଇକ୍ ଜବତ ହୋଇଛି ।
Comments are closed.