Latest Odisha News

BREAKING NEWS

ବାତ୍ୟା ଆଶଙ୍କା, ଶରତ ସାହୁଙ୍କ ଆକଳନ ସବୁ ଖବର ଉପରେ ପକାଇଲା ଫୁଲଷ୍ଟପ?

ଭୁବନେଶ୍ୱର: ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଆଉ ଦୁଇ-ତିନି ଦିନ ଭିତରେ ବାତ୍ୟାର ରୂପ ନେବ। କିନ୍ତୁ ଏହା କେଉଁଠି ଲ୍ୟାଣ୍ଡଫଲ କରିବ, କିଛି ସ୍ପଷ୍ଟ ହୋଇନାହିଁ। ବିଭିନ୍ନ ମଡେଲ ଭିନ୍ନ ଭିନ୍ନ କଥା କହୁଛନ୍ତି। ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, “ଓଡ଼ିଶାବାସୀ ବାତ୍ୟାକୁ ନେଇ ଭୟ କରିବାର ଆବଶ୍ୟକତା ନାହିଁ। ଶୀତ ଋତୁରେ ଓଡ଼ିଶା ଉପକୁଳରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବାର କୌଣସି ପୁରୁଣା ଉଦାହରଣ ନାହିଁ”।

ଉତ୍ତରରୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁ ଯୋଗୁଁ ଏହି ବାତ୍ୟା ଓଡ଼ିଶା ଉପକୂଳ ପାଖ ଆସିବା ଆଗରୁ ଦୁର୍ବଳ ହୋଇଯିବ। ଏବେ ଏହା ଓଡ଼ିଶାଠାରୁ ପ୍ରାୟ ୧୫୦୦ କିଲୋମିଟର ଦୂରରେ ରହିଛି।

ତଥାପି ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତା ଡିସେମ୍ବର ୧ ତାରିଖ ଆଡ଼କୁ ବର୍ଷାର ସମ୍ଭାବନା ରହିଛି। ୨୯ ଓ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ଧରଣର ବର୍ଷା ହେବାର କୌଣସି ଆଶଙ୍କା ନାହିଁ।

ବିଷୁବ ରେଖା ନିକଟରେ ଆଉ ଏକ ନୂଆ ସିଷ୍ଟମ ଗଢ଼ୁଛି। ଏହି ଦୁଇଟି ସିଷ୍ଟମ ମଧ୍ୟରୁ କୌଣସି ଗୋଟିଏ ମଜବୁତ ହେବ, ଆଉ ଗୋଟିଏ ଦୁର୍ବଳ ହେବ ତାହା ଏବେ କହିହେବ ନାହିଁ।

ଶରତ ସାହୁ କହିଛନ୍ତି, “ଯଦି ବର୍ଷା ହେବ, କେତେ ଓ କେଉଁଠି ହେବ, ଆଉ ଦୁଇ-ତିନି ଦିନ ଭିତରେ ସ୍ପଷ୍ଟ ହୋଇଯିବ। ଏବେ ଆତଙ୍କିତ ହେବାର କାରଣ ନାହିଁ।”

Comments are closed.