Latest Odisha News

BREAKING NEWS

ଏସିଡ୍ ଆକ୍ରମଣ ପୀଡିତାଙ୍କୁ ମିଳିବ ପେନ୍‌ସନ

ଉତ୍ତରାଖଣ୍ଡ: ଏସିଡ୍ ଆକ୍ରମଣ ପୀଡିତାଙ୍କୁ ମିଳିବ ପେନ୍‌ସନ । ଏଭଳି ନିଷ୍ପତି ନେଇଛନ୍ତି ଉତରାଖଣ୍ଡ ସରକାର । ଏଣିକି ଉତରାଖଣ୍ଡରେ ଏସିଡ୍ ଆକ୍ରମଣ ପୀଡିତାଙ୍କୁ ପେନ୍‌ସନ୍ ମିଳିବା ନେଇ ଘୋଷଣା ହୋଇଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରେଖା ଆର୍ଯ୍ୟ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସରକାର ଏକ ପେନ୍‌ସନ୍ ସ୍କିମ ଆରମ୍ଭ କରୁଛନ୍ତି । ଯେଉଁଥିରେ ସବୁ ମାସରେ ଏସିଡ୍ ଆକ୍ରମଣ ପୀଡିତାଙ୍କୁ ୫ହଜାରରୁ ୬ ହଜାର ଟଙ୍କା ଦିଆଯିବ । ଯାହାଦ୍ୱାରା ସେମାନେ ତାଙ୍କ ଜୀବନରେ ସ୍ୱାଭିମାନର ସହ ବଂଚିପାରିବେ ।

ନିକଟରେ ଏସିଡ୍ ଆକମ୍ରଣ ପୀଡିତା ଉପରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ‘ଛପାକ’ରୁ ପ୍ରଭାବିତ ହୋଇ ଉତରଖଣ୍ଡ ସରକାର ଏଭଳି ସ୍କିମର ଘୋଷଣା କରିଛନ୍ତି । ବଲିଉଡ ଫିଲ୍ମ ‘ଛପାକ’ ସମଗ୍ର ଦେଶରେ ଏସିଡ୍ ଆକ୍ରମଣ ପୀଡିତାଙ୍କ ପାଇଁ ଏକ ଗଭୀର ସ୍ଥାନ ସୃଷ୍ଟି କରିଛି । ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନୀ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ । ନିକଟରେ ଏହି ଫିଲ୍ମକୁ ଛତିଶଗଡ, ମଧ୍ୟପ୍ରଦେଶ ଓ ଉତରପ୍ରଦେଶରେ ଟ୍ୟାକ୍ସ ଫ୍ରି ହୋଇଛି । ଆଉ ଏବେ ଏହି ଫିଲ୍ମର ଛାପ ଉତରାଖଣ୍ଡ ସରକାର ଉପରେ ମଧ୍ୟ ପଡିଥିବା ଜଣାପଡିଛି । ଫିଲ୍ମଟି ସମାଜରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ନେଇ ଏକ ପଜିଟିଭ ବାର୍ତା ଦେଇଛି ।

Leave A Reply

Your email address will not be published.