Latest Odisha News

BREAKING NEWS

Tragic Wedding: ପୁଅର ବର ଗାଡ଼ି ଚକା ତଳେ ଗଲା ବାପାର ଜୀବନ

ବଲାଙ୍ଗୀର: ବର ଶୋଭାଯାତ୍ରା ବେଳେ ବଡ଼ ଅଘଟଣ । ପୁଅ ବାହା କରିବାକୁ ବରଯାତ୍ରୀ ନେଇ ଆସିଥିବା ବାପା ମୃତ । ବର ବେଶରେ ପୁଅ ବସିଥିବା କାର୍ ଟି ବାପା ଉପରେ ମାଡ଼ିଯିବାରୁ ଚାଲିଗଲା ଜୀବନ । ବଲାଙ୍ଗୀର ଜିଲ୍ଲା ଉପଖଣ୍ଡ ବେଲପଡ଼ା ଥାନା ମଣ୍ଡଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଉଛନ୍ତି ଲୋଇସିଂହା ଥାନା ଆମପାଳି ଗାଁର ଘିବଲୁ ବାଗ ।

ସୂଚନା ଅନୁସାରେ ଆମପାଳି ଗାଁରୁ ବେଲପଡ଼ ଥାନା ଅନ୍ତର୍ଗତ ମଣ୍ଡଳ ଗାଁରୁ ବରଯାତ୍ରୀ ଦଳ ଆସିଥିଲେ । ବର ଗାଡ଼ିରେ ବସିଯାଉଥିଲେ। ଆଗରେ ଲୋକ ନାଚି ନାଚି ଯାଉଥିଲେ । ରାତି ସାଢେ ୧୧ଟାରେ ହଠାତ୍ ବର ବସିଥିବା କାର୍ ଆଗରେ ଥିବା ବରଯାତ୍ରୀ ଦଳ ଉପରକୁ ମାଡ଼ିଯାଇଥିଲା। ଗାଡ଼ି ଚାପାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂଙ୍କ ଭାଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ ଅଘଟଣ ପରେ ବି ଉଭୟ ପକ୍ଷର ସହମତିରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଛି ।

 

 

Comments are closed.